ଅଭିନେତା ଋଷି କପୁରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

ଭୁବନେଶ୍ୱର/ନୂଆଦିଲ୍ଲୀ: ବଲିଉଡ ଅଭିନେତା ଋଷି କପୁରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗଶେଷୀ ଲାଲ ଟ୍ୱିଟ ଯୋଗେ ଶୋକ ପ୍ରକାଶ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରି କହିଛନ୍ତି,‘ ଟ୍ୟାଲେଂଟେର ପାଓ୍ୱାର ହାଉସ୍। ତାଙ୍କ ପରଲୋକ ଖବର ପାଇ ମୁଁ ସ୍ତବ୍ଧ।’


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟୁଇଟରରେ ଲେଖିଛନ୍ତି, ‘ ଭେଟେରାନ୍ ଅଭିନେତା ଋଷି କପୁରଙ୍କ ବିୟୋଗରେ  ମୁଁ  ମର୍ମାହତ। ଜଣେ ମହାନ କଳାକାରଙ୍କୁ ହରାଇଲା ସିନେ ଜଗତ । ଅଭିନୟ ମାଧ୍ୟମରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି । ବହୁ ସ୍ମରଣୀୟ ଚଳଚ୍ଚିତ୍ରରେ ଭଲ ଅଭିନୟ କରିଛନ୍ତି । ପରିବାର, ବନ୍ଧୁ ଓ ସମର୍ଥକଙ୍କୁ ମୋର ସମବେଦନା ।’

ଅଭିନେତା ଋଷି କପୁରଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଶୋକ ପ୍ରକାଶ କରି କହିଛନ୍ତି,‘ ଋଷିଙ୍କ ବିୟୋଗ ଭାରତୀୟ ସିନେମା ପାଇଁ ବଡ଼ କ୍ଷତି।’