ଆଜି ରାମ ନବମୀ: କୋରୋନା ଯୋଗୁଁ ଫିକା ପଡିଲା

ଭୁବନେଶ୍ୱର: ଆଜି ପବିତ୍ର ରାମ ନବମୀ । ପ୍ରତ୍ୟେକ ବର୍ଷ ଏହିଦିନ ଖୁବ୍ ଧୁମଧାମରେ ପାଳନ ହୁଏ । ମାତ୍ର ଚଳିତ ବର୍ଷ କୋରୋନା ଭୟ ପାଇଁ ଏହି ଉତ୍ସବ ଫିକା ପଡିଛି । ରାମ ମନ୍ଦିରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁନି । କୋରୋନା ଯୋଗଁ ସାରା ଦେଶରେ ଏହାକୁ ନିରାଡମ୍ବର ଭାବେ ପାଳନ କରାଯାଉଛି ।

ବିଭିନ୍ନ ରାମ ମନ୍ଦିରରେ କେବଳ ଶ୍ରୀରାମଙ୍କ ଜନ୍ମତ୍ସୋବ ସହ ଜଡ଼ିତ କାର୍ଯ୍ୟକ୍ରମ କରାଯାଉଛି। ସେବାୟତ ଓ ଅଳ୍ପ କିଛି ଲୋକଙ୍କ ଉପସ୍ଥିତିରେ ହିଁ କାର୍ଯ୍ୟକ୍ରମ ହେଉଛି।  ଅଯୋଧ୍ୟାରେ ବି ଫିକା ପଡ଼ିଛି ରାମ ଜନ୍ମୋତ୍ସବ। କେବଳ କିଛି  ଲୋକଙ୍କୁ ନେଇ ଅତି ଆବଶ୍ୟକ ପଡ଼ୁଥିବା ଯଜ୍ଞ  କରାଯାଉଛି।

ସେହିପରି ଭୁବନେଶ୍ୱରସ୍ଥିତ ରାମମନ୍ଦିରରେ ବି ନିରାଡମ୍ୱର ଭାବେ ରାମ ନବମୀ ପାଳନ କରାଯାଉଛି। ପୂର୍ବ ବର୍ଷ ଭଳି ମନ୍ଦିରରେ ଗହଳି ନାହିଁ। ମନ୍ଦିରର ସବୁ ଗେଟ୍‌ରେ ତାଲା ପକାଯାଇଛି ଏବଂ ପୂରା ମନ୍ଦିରକୁ ପୋଲିସ ଘେରି ରହିଛନ୍ତି। କିଛି ଶ୍ରଦ୍ଧାଳୁ ମନ୍ଦିର ବାହାରୁ ଦର୍ଶନ କରି ଯାଉଥିବା ଦେଖିବାକୁ ମିଳିଛି।