ରାଜ୍ୟରେ ପଂଚମ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପଂଚମ କୋରୋନା ଆକ୍ରାନ୍ତ ସ୍ପଷ୍ଟ ହୋଇଛି । ଭୁବନେଶ୍ୱର ସୂର୍ଯ୍ୟନଗରର ଜଣେ ୬୦ ବର୍ଷିୟ ବୃଦ୍ଧ ଆକ୍ରାନ୍ତ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କୋରୋନା ଲକ୍ଷଣ ଦେଖାଯିବା ପରେ ତାଙ୍କୁ ଏମ୍ସରେ ଭର୍ତି କରାଯାଇଥିଲା ।

ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ବର୍ତମାନ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସା କରାଯାଉଛି । ସୂଚନାଯୋଗ୍ୟ ଯେ ଏହା ରାଜ୍ୟର ପଂଚମ କୋରୋନା ପଜିଟିଭ ମାମଲା । ପୂର୍ବରୁ ୪ ଜଣ ଏଥିରେ ଆକ୍ରାନ୍ତ ହୋଇସାରିଛନ୍ତି । ଏମାନଙ୍କ ମଧ୍ୟରୁ ୩ ଜଣ ଭୁବନେଶ୍ୱରର ହୋଇଥିବାବେଳେ ଜଣେ ଭଦ୍ରକର ବୋଲି ସୂଚନା ରହିଛି ।