କୋରୋନା ମହାମାରୀ: ୨୪ ଘଂଟାରେ ଆମେରିକାରେ ୮୮୪ ଜଣଙ୍କ ଗଲା ଜୀବନ

ୱାଶିଂଟନ: ମାହାମାରୀ କୋରୋନା ଭାଇରସ ଆମେରିକାରେ ଅତି ଭୟାନକ ପରିସ୍ଥିତି ସୃଷ୍ଟି କରିଛି । ଆମେରିକାରେ କୋରୋନା ମୃତ୍ୟୁ ସଂଖ୍ୟା ଚୀନକୁ ଟପିସାରିଲାଣି । ସେପଟେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଚୀନ ଠାରୁ ଦୁଇଗୁଣ ହେବାକୁ ଯାଉଛି । ତେବେ ଜନ ହୋପକିନ୍ସ ୟୁନିଭରସିଟି ତରଫରୁ କୁହାଯାଇଛି ଯେ କୋରୋନା ଭାଇରସ ଯୋଗୁଁ ଗତକାଲି ଗୋଟିଏ ଦିନରେ ୮୮୪ ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ସେଠାରେ ଏକପ୍ରକାର ଆତଙ୍କ ଖେଳିଯାଇଛି ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଗାମୀ ୩୦ଦିନକୁ ବହୁ ଗୁରୁତ୍ୱ ରଖୁଥିବା ଚେତାଇଥିବା ବେଳେ ଖୁବ ଶୀଘ୍ର ଏହି ସଙ୍କଟରୁ ବାହାରିବାରୁ ସେ କହିଛନ୍ତି । ତେବେ ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା ୩୮୭୩ରେ ପହଂଚିଛି । ଯେତେବେଳେ କି ଆକ୍ରାନ୍ତଙ୍କ ସଂଖ୍ୟା ୧,୮୮,୧୭୨ରେ ପହଂଚିଛି । ବ୍ୟାପକ କଟକଣା ସତ୍ୱେ ବି ଆମେରିକାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ମିଳିତ ଜାତିସଂଘ କୋରୋନା ଭାଇରସ୍ ମହାମାରୀକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କୋରୋନା ସବୁଠାରୁ ବଡ ସଙ୍କଟ ବୋଲି ୟୁଏନ ମହାସିଚବ କହିଛନ୍ତି ।