ପ୍ରଭାସଙ୍କ ହିରୋଇନ ସାଜିବେ କ୍ୟାଟ୍‌

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ତଥା ବାହୁବଳୀ ଫେମ୍ ପ୍ରଭାସ ଏବେ ତାଙ୍କର ଆଗାମୀ ଫିଲ୍ମ “ଜାନ୍‌” ର ସୁଟିଂରେ ବ୍ୟସ୍ତ ଅଛନ୍ତି । “ସାହୋ” ଫିଲ୍ମରେ ପ୍ରଭାସଙ୍କୁ ଶ୍ରଦ୍ଧା କପୁରଙ୍କ ସଙ୍ଗେ ଦେଖିବା ପରେ ଏବେ ଦର୍ଶକମାନେ ତାଙ୍କୁ ଆଉ ଥରେ ବଲିଉଡ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବା ଅପେକ୍ଷାରେ ଅଛନ୍ତି । ତେବେ ଦର୍ଶକଙ୍କ ଡିମାଣ୍ଡକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶକମାନେ ଆଉ ଜଣେ ବଲିଉଡ ଅଭିନେତ୍ରୀଙ୍କୁ ତାଙ୍କ ସହ କାମ କରିବା ପାଇଁ ମନ ସ୍ଥିର କରିଛନ୍ତି ।

ଖବର ମୁତାବକ, ନିର୍ଦ୍ଦେଶକ ନାଗ୍ ଅଶ୍ୱିନଙ୍କ ଆଗାମୀ ପ୍ରୋଜେକ୍ଟରେ ପ୍ରଭାସ କାମ କରିବେ । ଯାହାର ସୁଟିଂ ଚଳିତବର୍ଷ ଶେଷ ଆଡକୁ ହେବାର ଅଛି । ଏହି ଫିଲ୍ମ ନିର୍ଦ୍ଦେଶକ ଅଶ୍ୱିନ ପ୍ରଭାସଙ୍କ ଅପୋଜିଟରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନ୍ କୈଫ୍ ଙ୍କୁ ନେବାକୁ ମନ ସ୍ଥିର କରିଛନ୍ତି । ଯେଉଁଥିରେ ପ୍ରଭାସ ମଧ୍ୟ ହଁ ଭରିଥିବା ଜଣାପଡିଛି ।   ଏନେଇ କୌଣସି ଘୋଷଣା ହୋଇ ନ ଥିଲେ ବି ଖୁବ୍ ଶୀଘ୍ର ସବୁ ଠିକ୍‌ଠାକ୍ କରି ପ୍ରଭାସଙ୍କ ଅପୋଜିଟରେ କ୍ୟାଟ୍ ଆସିବା ନେଇ ଘୋଷଣା ହେବ ବୋଲି ଖବର ମିଳିଛି । ଏହାପରେ ଦର୍ଶକ ପ୍ରଥମ ଥର ପାଇଁ ପ୍ରଭାସ-କ୍ୟାଟ୍ ଙ୍କ ଯୋଡିକୁ ଅନସ୍କ୍ରିନରେ ରୋମାନ୍ସ କରୁଥିବାର ଦେଖିବାକୁ ପାଇବେ ।