କୋରୋନା ଭୟ: ମନ୍ତ୍ରୀଙ୍କ ବିଦେଶ ଗସ୍ତ ରୋକ, ଭୟଭୀତ ନ ହେବାକୁ କହିଲେ ମୋଦୀ

ନୂଆଦିଲ୍ଲୀ: ବିଶ୍ୱକୁ କୋରୋନା ଗ୍ରାସିଥିବାବେଳେ ସମସ୍ତଙ୍କ ମନରେ ଏକପ୍ରକାର ଭୟ ଦେଖିବାକୁ ମିଳିଛି । ତେବେ ଏଥିରୁ ଭାରତ ମଧ୍ୟ ବାଦ୍ ପଡିନି । ଏଯାବତ୍ ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩ରେ ପହଂଚିଲାଣି । କୋରୋନା ସଂଖ୍ୟା ବୃଦ୍ଧି ପାଉଥିବା ନେଇ ମନ୍ତ୍ରୀମାନଙ୍କର ବିଦେଶ ଗସ୍ତ ଉପରେ ରୋକ ଲଗାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିସହ ଦେଶବାସୀଙ୍କୁ କହିଛନ୍ତି ଯେ, ଯଦି ଜରୁରୀ ଓ ବିଶେଷ କାର୍ଯ୍ୟ ନାହିଁ, ତେବେ ବିଦେଶ ଗସ୍ତରୁ ନିବୃତ ରୁହନ୍ତୁ ।

କୋରୋନା ଭାଇରସ୍‌କୁ ନେଇ ସରକାର ବେଶ ସଚେତନ ଓ ଜାଗ୍ରତ ଅଛନ୍ତି। ଏବାବଦରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ପକ୍ଷରୁ ସମସ୍ତ ପ୍ରକାରର ଆବଶ୍ୟକୀୟ ଓ ବିହିତ ପଦକ୍ଷେପମାନ ଗ୍ରହଣ କରାଯାଇଛି। ତେଣୁ, ଦେଶବାସୀଙ୍କୁ ଅଭୟ ଆଶ୍ୱାସନା ଶୁଣାଇ କରୋନା ଭାଇରସ୍‌କୁ ନେଇ ଭୟଭୀତ ହେବାର ଆଦୌ କୌଣସି କାରଣ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।