୭୩ରେ ପହଂଚିଲା ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଯାବତ୍ ଏହି ଆକ୍ରାନ୍ତଙ୍କ ସଂଖ୍ୟା ୭୩କୁ ବୃଦ୍ଧି ପାଇଥିବା ଜଣାପଡିଛି । ଏହି ତାଲିକାର ଶୀର୍ଷରେ ରହିଛି କେରଳ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋରୋନା ବା କୋଭିଡ-୧୯କୁ ବିଶ୍ୱ ମହାମାରୀ ଭାବେ ଘୋଷଣା କରିଛି ।

ଅନ୍ୟପଟେ କୋରୋନା ବ୍ୟାପିବା ସ୍ଥିତିକୁ ଦେଖି ଭାରତ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଥିବା ବେଳେ ବିଦେଶରୁ ଏପ୍ରିଲ ୧୫ ଯାଏଁ ଭାରତ ପ୍ରବେଶ ଉପରେ ରୋକ ଲଗାଇଛନ୍ତି । ଭାରତରେ ଏବେ ସୁଦ୍ଧା ୧୦ ରାଜ୍ୟ ଏବଂ ୨ କେନ୍ଦ୍ରଶାସିତ ଅଂଚଳରେ କୋରୋନା ପଜିଟିଭ୍ ମିଳିଥିବା ବେଳେ କେରଳ ଏହି ତାଲିକାର ଶୀର୍ଷରେ ରହିଛି । ଏ ନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ଲୋକସଭାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ମଧ୍ୟ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି । ଅଧିକାଂଶ ଆକ୍ରାନ୍ତ କେରଳ, ମହାରାଷ୍ଟ୍ର, ଉତର ପ୍ରଦେଶର ରହିଛନ୍ତି ।