କନ୍‌ଫ୍ୟୁଜ୍‌ନ ନୁହେଁ, କେନ୍ଦ୍ରରେ କମିଟ୍‌ ମେଣ୍ଟ ଓ୍ବାଲା ସରକାର ଚାଲିଛି- ନରେନ୍ଦ୍ର ମୋଦି

କଟକ: କନ୍‌ଫ୍ୟୁଜ୍‌ନ ନୁହେଁ, କେନ୍ଦ୍ରରେ କମିଟ୍‌ ମେଣ୍ଟ ଓ୍ବାଲା ସରକାର ଚାଲିଛି । ସେଥିପାଇଁ ଗଲା ୪ବର୍ଷ ଭିତରେ ସରକାର ଏଭଳି ଅନେକ ନିର୍ଣ୍ଣୟ ନେବାକୁ ସକ୍ଷମ ହୋଇଛନ୍ତି ଯାହା ଦୀର୍ଘ ବର୍ଷ ଧରି ଦେଶବାସୀଙ୍କ ପାଇଁ ଜରୁରି ଥିଲା । ୪ବର୍ଷରେ କେନ୍ଦ୍ରରେ ଏନଡିଏ ସରକାର ଠିକ୍‌ ଭାବେ କାମ କରୁଛି ତା’ର ପ୍ରମାଣ ହେଲା ଜନତା- ବିକାଶ ଆଉ ବିଶ୍ବାସର ଜିତ୍‌ । ଆଜି ୨୦ଟି ରାଜ୍ୟରେ ବିଜେପି ନେତୃତ୍ବାଧୀନ ସରକାର ଚାଲିଛି ତା’ର ପ୍ରମାଣ ସରକାର ଉପରେ ଜନତାଙ୍କ ବିଶ୍ବାସ୍‌ । ଏନଡିଏ ସରକାର ଦେଶବାସୀଙ୍କ ପାଇଁ କାମ କରୁଛି । ଦେଶର ଗରିବଙ୍କ ପାଇଁ କାମ କରୁଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କନ୍‌ଫ୍ୟୁଜ୍‌ନ ନୁହେଁ, କେନ୍ଦ୍ରରେ କମିଟ୍‌ ମେଣ୍ଟ ଓ୍ବାଲା ସରକାର ଚାଲିଛି । ଜନପଥରୁ ଜନମତରେ ସରକାର ଚାଲିଛି । ଜନତା- ବିକାଶ ଆଉ ବିଶ୍ବାସର ସରକାର ଚାଲିଛି । ନିଜ ସରକାରର ୪ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କୁ ଇଏ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ । କଟକର କିଲ୍ଲା ପଡ଼ିଆରୁ ସାରା ଦେଶକୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ । ଜୟ ଜଗନ୍ନାଥରୁ ନିଜ ଅଭିଭାଷଣ ଆରମ୍ଭ କରିଥିବା ମୋଦି ପ୍ରଥମେ ଓଡ଼ିଶାର ମହାପୁରୁଷମାନଙ୍କୁ ମନେପକାଇଥିଲେ । କହିଥିଲେ ଜଗନ୍ନାଥଙ୍କ ମାଟିରୁ ନିଆଯାଇଥିବା ସଂକଳ୍ପ ଆଉ ଅଭିଯାନ କେବେ  ବିଫଳ ହୁଏନି ।

୪ବର୍ଷରେ  ସରକାର ଯେଉଁ ଉପଲବ୍ଧି ପାଇଛନ୍ତି ସେଥିରୁ ସ୍ପଷ୍ଟ ହୋଇଛି ଯେ, ଭାରତ ବଦଳିପାରିବ । ପରିବର୍ତନ ନୂତନ ଭାରତର ଆଧାର ହେବ । କେନ୍ଦ୍ର ସରକାର ଦେଶର ୧୨୫କୋଟି ଲୋକଙ୍କ ପାଇଁ କାମ କରୁଛନ୍ତି । ଏ ଦେଶର ଗରିବଙ୍କ ପାଇଁ କାମ କରୁଛନ୍ତି । ଏବେ ଦେଶର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ପଦରେ ଯେଉଁମାନେ ବସିଛନ୍ତି ସେମାନେ ତାଙ୍କ ଜୀବନରେ ଗରିବୀକୁ ଅତି ନିକଟରୁ ଦେଖିଛନ୍ତି । ଚାନ୍ଦିର ଚାମଚ କ’ଣ ସେମାନେ ଜାଣି ନାହାନ୍ତି । ଏମିତିକି ସେମାନଙ୍କ ପାଖରେ ଚାମଚ ହିଁ ନଥିଲା । ତେଣୁ ସେମାନେ ଏ ଦେଶର ଗରିବଙ୍କ କଥା ଠିକ୍‌ ଭାବେ ବୁଝି ପାରୁଛନ୍ତି ।

କେନ୍ଦ୍ର ସରକାର କରିଥିବା ସମସ୍ତ ଯୋଜନା ସମ୍ପର୍କରେ ମଧ୍ୟ ବଖାଣିଥିଲେ ପ୍ରଧାନମନ୍ତ୍ରୀ । କୃଷକଙ୍କ ପାଇଁ କରାଯାଇଥିବା କୃଷିବୀମା ଯୋଜନା, ସିଞ୍ଚାଇ ଯୋଜନା, ଏବଂ କୃଷକଙ୍କୁ ଦେଢ଼ଗୁଣା ଆୟ କଥା କହିଥିଲେ ପ୍ରଧାନମନ୍ତ୍ରୀ । ଦେଶରେ କନ୍‌ଫ୍ୟୁଜ୍‌ ନୁହେଁ କମିଟ୍‌ମେଣ୍ଟ ଓ୍ବାଲା ସରକାର ଚାଲିଥିବାରୁ ସରକାର ଏଭଳି ଅନେକ ନିର୍ଣ୍ଣୟ ନେବାକୁ ସକ୍ଷମ ହୋଇଛନ୍ତି ଯାହା ଦୀର୍ଘ ବର୍ଷ ଧରି ଦେଶବାସୀଙ୍କ ପାଇଁ ଜରୁରି ଥିଲା ।

ନିଜ ଭାଷଣରେ କଂଗ୍ରେସ ଉପରେ ବି ନିଶାନା ସାଧିବାକୁ ଭୁଲିନଥିଲେ ପ୍ରଧାନମନ୍ତ୍ରୀ । ଯେଉଁ ପରିବାର ଦୀର୍ଘ ୪୮ବର୍ଷ ଧରି କେବଳ କ୍ଷମତା ପାଇଁ ଲଢ଼େଇ କରିଆସିଛନ୍ତି । ଆଉ କ୍ଷମତା ପାଇଁ ଏବେ ବି ବିରୋଧୀଙ୍କୁ ଏକାଠି କରିବାରେ ବ୍ୟସ୍ତ ଅଛନ୍ତି ।

ଏଥି ସହ ସରକାରଙ୍କ ବିଭିନ୍ନ ଯୋଜନା ଫଳରେ କିଭଳି ଦେଶରୁ ବେରୋଜଗାରି କମ୍‌ ହୋଇଛି, କିଭଳି ସାଧାରଣଲୋକଙ୍କ ଠାରୁ ଆରମ୍ଭ କରି କୃଷକ, ଶ୍ରମିକ ଉପକୃତ ହୋଇଛନ୍ତି ତା’ର ପୂରା ଲେଖାଯୋଖା ରଖିଥିଲେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ।