୯ ରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ରେଜଲ୍ଟ

ଭୁବନେଶ୍ବର  : ଆସନ୍ତା ୯ ତାରିଖରେ ଆସିବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ରେଜଲ୍ଟ । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମିତିକି ୮ ତାରିଖ ସୁଦ୍ଦା ସବୁ ପ୍ରକ୍ରିୟା ସରିଯାଏ ତେବେ ଆବଶଯକ ପଡିଲେ ଆହୁରି ଦିନକ ଆଗରୁ ବି ପରକ୍ଷା ଫଳ ପ୍ରକାଶ କରାଯାଇ ପାରେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାୟଣ ପାତ୍ର । ସିଏଚ୍ ଏସ୍ ସି ୱେବସାଇଟ୍ www.chseodisha.nic.in ଏବଂ www.orissaresult.nic.in ରେ ରେଜଲ୍ଟ ଉପଲବ୍ଧ ହେବ । ଛାତ୍ରଛାତ୍ରୀ ୱେବସାଇଟ୍ରୁ ପରୀକ୍ଷାଫଳ ଜାଣିବା ପାଇଁ ରୋଲ ନମ୍ବର ଓ ରେଜିଷ୍ଟ୍ରେସନ ନମ୍ବର ବ୍ୟବହାର କରିବାକୁ ପଡିବ । ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ୨ ଲକ୍ଷ ୩୩ ହଜାର ୯୯୮ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ବାଣିଜ୍ୟରେ ୨୭ ହଜାର ୪୪୭ ଓ ଧନ୍ଦାମୂଳକ ଶିକ୍ଷାରେ ୮ ହଜାର ୨୨୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ପୂର୍ବରୁ ମେ’ ୩୧ ତାରିଖରେ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା  ପରିଷଦ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ସିବିଏସ୍ ସି ଢାଞ୍ଚାରେ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଧାମୂଳକ ପାଠ୍ୟକ୍ରମ ପରୀକ୍ଷା କରାଯାଇଛି । ବାଣିଜ୍ୟ ବିଷୟଗୁଡିକ ଅନଲାଇନ ମାଧ୍ୟମରେ ମୂଲ୍ୟାୟନ କରାଯାଇଥିବା ବେଳେ କଳା ଓ ଧନ୍ଦାମୂଳକ ଶିକ୍ଷା ମୂଲ୍ୟାୟନ ଅଫଲାଇନରେ ହୋଇଥିଲା । ଖୁବଶୀଘ୍ର ପରୀକ୍ଷାଫଳ ପ୍ରକାଶ କରାଯିବା ନେଇ ପଦକ୍ଷେପ ନିଆଯାଇଛି ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।