ଡେଙ୍ଗୁରେ ଜଣେ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ରାଜଧାନୀରେ ଜଣେ ମହିଳାଙ୍କ ଡେଙ୍ଗୁରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ମହିଳା ଚନ୍ଦ୍ରଶେଖରପୁରର ପ୍ରତିମା ଦାସ । ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିଲେ ପ୍ରତିମା । ୨ ଦିନ ତଳେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏପର୍ଯ୍ୟନ୍ତ ରାଜଧାନୀରେ ୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।