ଓଡିଆ ସିନେମାର ଅଡିଓ ରିଲିଜ ଉତ୍ସବରେ ହିରୋଇନ ଏଲିସା ଆଣିଲେ ନିର୍ଯ୍ୟାତନା ଅଭିଯୋଗ,ଅଡୁଆରେ ନିର୍ଦେଶକ

ନୂଆଦିଲ୍ଲୀ: ଏକ ଓଡ଼ିଶା ସିନେମାର ଅଡିଓ ରିଲିଜବେଳେ ସିନେମାର ହିରୋଇନ ନିର୍ଯ୍ୟାତନା ଅଭିôଯୋଗ ଆଣିଛନ୍ତି । ତାହା ପୁଣି ସିନେମାର ନିର୍ଦେଶକଙ୍କ ବିରୋଧରେ ଓ ସମସ୍ତଙ୍କ ସାମ୍ମନାରେ । ଚିଲେଇ ଚିଲେଇ କହିଛନ୍ତି ତାଙ୍କୁ ନିର୍ଯ୍ୟାତନା ଦିଆଯାଇଛି । ଏହାକୁ ନେଇ ଅଡିଓ ରିଲିଜ ଉତ୍ସବ ପାଲଟିଥିଲା ରଣକ୍ଷେତ୍ର । ହିରୋଇନଙ୍କୁ ଟାଣି ଟାଣଇ ନେଇଯାଇଥିଲେ କିଛି ଲୋକ । ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ ।

ଭୁବନେଶ୍ୱରର ଏକ ହୋଟେଲରେ “ତୁ ମୋ ସୁନା ଚଢେଇ” ଫିଲ୍ମର ଅଡିଓ ରିଲିଜ ବେଳେ ଘଟିଛି ଅଭାବନୀୟ ଘଟଣା । ଏହି ଫିଲ୍ମରେ ହିରୋଇନ ଭାବେ କାମ କରୁଥିବା ଜଣେ ବଙ୍ଗୀୟ ନାୟିକା ହଙ୍ଗାମା ସୃଷ୍ଟି କରିଛନ୍ତି ।

ଫିଲ୍ମର ନିର୍ଦ୍ଦେଶକ ଦୀଲିପ ପଣ୍ଡାଙ୍କ ବିରୋଧରେ ଆଣିଛନ୍ତି ନିର‌୍ୟାତନା ଅଭିଯୋଗ । କିଛି ସମୟ ପାଇଁ ଅଡିଓ ରିଲିଜ ମଞ୍ଚ ଯୁଦ୍ଧ କ୍ଷେତ୍ରରେ ପରିଣତ ହେଲାଭଳି ମନେ ହେଉଥିଲା । ଫିଲ୍ମର ହିରୋଇନ ଏଲିସା କାହିଁକି ଉତ୍ତେଜିତ ଦେଲେ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଦୀର୍ଘ ୪୨ ଦିନ ଧରି ଫିଲ୍ମର ସୁଟିଙ୍ଗ ବେଳେ ତାଙ୍କୁ ମାନସିକ ନିର‌୍ୟାତନା ଦିଆଯାଇଥିବା ତାଙ୍କ କଥାରୁ ସ୍ପଷ୍ଟ ଜଣାପଡ଼ିଛି । ଅଡ଼ିଓ ରିଲିଜ ଉତ୍ସବରେ ଘଟିଥିବା ଏହି ଅଭାବନୀୟ ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓକୁ ସମ୍ପୁର୍ଣ୍ଣ ଦେଖନ୍ତୁ । ଏଥିରୁ ସ୍ପଷ୍ଟ ବୁଝିହେବ ସବୁକଥା ଠିକ୍‌ଠାକ୍‌ ଚାଲିନାହିଁ । ଏହି ଘଟଣା ଘଟିବା ପରେ ଫିଲ୍ମର ନାୟିକା ଏଲିସାଙ୍କୁ ତାଙ୍କ ଅଭିଭାବକ ଘଟଣାସ୍ଥଳରୁ ଟାଣି ଟାଣି ନେଇଯାଇଥିବା ଜଣାପଡୁଛି । ଅଡ଼ିଓ ରିଲିଜ ବେଳେ ଏଲିସାଙ୍କ ଅଭିଭାବକ ମଧ୍ୟ ପାଟିତୁଣ୍ଡ କରୁଥିବା ଦେଖିବାକୁ ମିଳିଛି । ସେ ମଧ୍ୟ ଏଲିସାଙ୍କୁ ନିର‌୍ୟାତନା ଦିଆଯାଇଥିବା କଥା ବାରମ୍ୱାର କହୁଥିବା ଦେଖିବାକୁ ମିଳିଛି ।