ନିର୍ବାଚନ ଲଢିବେ ଆଇଏଏସ୍ ଅପରାଜିତା ଷଡଙ୍ଗୀ !

ଭୁବନେଶ୍ବର : ଅଭିନେତାଙ୍କ ପରେ ଏବେ ଅଫିସରଙ୍କ ରାଜନୀତି ପ୍ରୀତି । ଆଇଏଏସ୍ ଚାକିରି ଛାଡି ରାଜନୀତିରେ ନୂଆ ଇଂନିସ ଖେଳିବେ ଅପରାଜିତା ଷଡଙ୍ଗୀ । ବିଏମସି ମେୟର ଓ ଗଣଶିକ୍ଷା ବିଭାଗର ସଚିବ ଥିବା ବେଳେ ଅପରାଜିତା ଯେଉଁ ଛାପ ଛାଡିଛନ୍ତି ସେଥିରେ ନିଜପାଇଁ ସେ ସାଧାରଣ ଲୋକଙ୍କ ପାଖରେ ନୂଆ ପରିଚୟ ସୃଷ୍ଟି କରିଛନ୍ତି । ସେଇ ଆଧାରରେ ସେ ପଲିଟିକାଲ ଏଣ୍ଟ୍ରି ଯୋଜନାରେ ଅଛନ୍ତି ।କୁହାଯାଉଛି ବିଜେପି ଟିକେଟରୁ ସେ ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥିୀ ହୋଇପାରନ୍ତି । ହେଲେ ଏଯାଏଁ ନିଜର କାର୍ଡ ଖୋଲି ନାହାଁନ୍ତି ଅପରାଜିତା ।..

ନିର୍ବାଚନ ଲଢିବେ ଆଇଏଏସ୍ ଅପରାଜିତା ଷଡଙ୍ଗୀ । ସେଥିପାଇଁ ସେ ଛାଡିଛନ୍ତି ଚାକିରି । ବିଜେପିରୁ ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ସେ ପ୍ରାର୍ଥୀ ହେବେ । ଏଭଳି ଏକ ଚର୍ଚ୍ଚା ଏବେ ଜୋର ଧରିଛି । ଅପରାଜିତାଙ୍କ ସ୍ବେଚ୍ଛାକୃତ ଅବସର ପାଇଁ ରାଜ୍ୟ ସରକାର କ୍ଲିଅରାନ୍ସ ଦେଇଛନ୍ତି । ଆଉ ରାଜନୀତିରେ ଏଣ୍ଟ୍ରି କଥାକୁ ଅପରାଜିତା ସ୍ବୀକାର କରିଥିବା ବେଳେ କେଉଁ ଦଳକୁ ଯିବେ ତାହା ସ୍ପଷ୍ଟ କରିନାହାନ୍ତି । ଭୁବନେଶ୍ବର ମୁନିସିପାଲ କର୍ପୋରେସନର କମିଶନର ଥିବାବେଳେ ଅନେକ କାମ କରି ଚର୍ଚ୍ଚାକୁ ଆସିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ସମୟରେ ସେନେଇଥିବା ପଦକ୍ଷେପ ବି ତାଙ୍କୁ ଲୋକପ୍ରିୟ କରିଥିଲା । ତେଣୁ ଅପରାଜିତାଙ୍କୁ ଭୁବନେଶ୍ବରରେ ଲୋକସଭା ଟିକେଟ ଦେଇ ବିଜେପି ଏହି ସିଟ୍ ହାତେଇବା ଯୋଜନାରେ ଅଛି ବୋଲି କୁହାଯାଉଛି।

କେବଳ ଅପରାଜିତା କାହିଁକି  ଆଗରୁ ଅନେକ ଅଫିସର ରାଜନୀତିରେ ଯୋଗ ଦେଇଛନ୍ତି । ଏଜି ଭଳି ଚାକିରି ଛାଡି ଅମର ପଟ୍ଟନାୟକ, ମୁମ୍ବାଇ ପୋଲିସ କମିଶନର ପଦବୀରୁ ଅବସର ପରେ ଅରୂପ ପଟ୍ଟନାୟକ ରାଜନୀତିରେ ପ୍ରବେଶ କରିଛନ୍ତି। ଏଭଳି ଘଟଣା ନିଶ୍ଚିତ ଭାବେ ଏକ ଭଲ ସଙ୍କେତ ବୋଲି କୁହାଯାଇ ପାରେ । କାରଣ ରାଜନୀତିକୁ ଦକ୍ଷ ଲୋକ ଆସିବା ସ୍ବାଗତ ଯୋଗ୍ୟ ପଦକ୍ଷେପ । ଅପରାଜିତା ଷଡଙ୍ଗୀଙ୍କ ପଲିଟିକାଲ ଏଣ୍ଟ୍ରି ଉପରେ ଦଳଗୁଡ଼ିକ ତୀକ୍ଷ୍ଣ ନଜର ରଖିଛନ୍ତି ।

ଅପରାଜିତା ଜଣେ ଡାଇନାମିକ୍ ଅଫିସର ଭାବେ ଜଣାଶୁଣା ଥିଲେ । ସେଥିପାଇଁ ରାଜନୀତିରେ ବି କିଛି କମାଲ ଦେଖାଇବେ ବୋଲି ଆଶା କରାଯାଉଛି । ତେବେ ଅପରାଜିତ ତାଙ୍କ ପଲିଟିକାଲ ଇନିଂସ ଘୋଷଣା କରିବା ପରେ ଜଣା ପଡ଼ିବେ କିଏ ଲାଭରେ ରହିବ କିଏ କ୍ଷତି ସହିବ।