ବିଳମ୍ବରେ ଓଡିଶା ଆସିବ ମୌସୁମୀ

ଭୁବନେଶ୍ୱର:ଦେଶର ବିଭିନ୍ନ ସ୍ଥାନରେ ବିଳମ୍ବରେ ପହଁଚିବ ମୌସୁମୀ । ଓଡିଶାରେ ମଧ୍ୟ ମୌସୁମୀର ପ୍ରଭାବ ବିଳମ୍ବରେ ଦେଖିବାକୁ ମିଳିବ । ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।

ପାଣିପାଗ ବିଭାଗର ସୂଚନାନୁସାରେ, ବାତ୍ୟା ବାୟୁ ପ୍ରଭାବରେ ମୌସୁମୀ ଦେଶର ବିଭିନ୍ନ ପ୍ରାନ୍ତରେ ପହଁଚିବାରେ ବିଳମ୍ବ ହେବ । ଏବେ ମୌସୁମୀ କେରଳରେ ରହିଛି । ପୂର୍ବରୁ ରଜ ସମୟରେ ମୌସୁମୀ ଆସିବା ନେଇ ଆକଳନ କରାଯାଇଥିଲା  । କିନ୍ତୁ ଏବେ ସୁଧା ନିର୍ଦ୍ଦିଷ୍ଟ କେତେ ତାରିଖରେ ମୌସୁମୀ ଓଡିଶା ଛୁଇଁବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ,ଗତ ୮ତାରିଖରେ ମୌସୁମୀ କେରଳ ଛୁଇଁଥିଲା । ଫଳରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଲାଗି ରହିଛି ।