ଭାରି ପଡିଲା ମୌନୀଙ୍କ ନଖରାମି

ଟେଲିଭିିଜନରୁ କ୍ୟାରିଅର ଆରମ୍ଭ କରିଥିବା ମୌନୀ ରୟ ଏବେ ବଲିଉଡରେ ଜଣେ ଜଣାଶୁଣା ଅଭିନେତ୍ରୀ । ବହୁ କମ୍ ଦିନରେ ସୁପରହିଟ୍ ହୋଇଥିବା ଏହି ଅଭିନେତ୍ରୀ ଜଣଙ୍କୁ ଏବେ ଦୁଇ ଦୁଇଟି ଫିଲ୍ମରୁ ହାତ ଧୋଇବାକୁ ପଡିଛି । ଏହାର ମୁଖ୍ୟ କାରଣ ହେଉଛି ତାଙ୍କର ନଖରାମି । ସେ ନିଜର ନଖରାମି ପାଇଁ ଦବଙ୍ଗ-୩ରୁ ମଧ୍ୟ ବାଦ୍ ପଡିଛନ୍ତି ।

ବଲିଉଡ ସୁପରଷ୍ଟାର ସଲମାନ୍‌ ଖାନ୍‌ ଏବେ ତାଙ୍କର ନୂଆ ସିନେମା ‘ଦବଙ୍ଗ-୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ଏହି ସିନେମାର ଏକ ଆଇଟମ୍‌ ନମ୍ବର ସୁଟ୍‌ ହୋଇଥିବା ଜଣାଯାଇଛି। ଏହି ଆଇଟମ୍‌ ନମ୍ବରଟି ହେଲା ‘ମୁନ୍ନୀ ବଦନାମ୍‌ ହୁଆ’।ଏହାର ଗାୟକ ହେଲେ କମାଲ୍‌ ଖାନ୍‌ ଓ ସଙ୍ଗୀତକାର ହେଲେ ସାଜିଦ୍‌ ଓ୍ଵାଜିଦ୍।

ଏହି ଆଇଟମ୍‌ ନମ୍ବରରେ ମୌନୀ ରୟ ଆଇଟମ୍‌ ଗର୍ଲ ବନିବେ ବୋଲି ଶୁଣିବାକୁ ମିଳୁଥିଲା। କିନ୍ତୁ ମୌନୀଙ୍କ ନଖରାମି ଯୋଗୁଁ ତାଙ୍କୁ ‘ଦବଙ୍ଗ୍‌-୩’ରୁ ଆଉଟ୍‌ କରାଯାଇଥିବା ଜଣାଯାଇଛି। ନିଜର ଏହି ନଖରାମି ସ୍ୱଭାବ ଲାଗି ମୌନୀଙ୍କୁ ଫିଲ୍ମ ନଓ୍ଵାଜୁଦ୍ଦିନ ସିଦ୍ଦିକୀଙ୍କ ଫିଲ୍ମ ‘ବୋଲେ ଚୁଡିୟାଁ’ରୁ ଆଉଟ୍‌ କରାଯାଇଥିଲା।

ମୌନୀଙ୍କୁ ଆଉଟ୍‌ କରାଯିବା ପରେ ଅନ୍ୟ ଜଣେ ନାୟିକାଙ୍କୁ ନିଆଯାଇଛି। ସେ ହେଲେ ‘ଲଭଯାତ୍ରୀ’ଫେମ୍‌ ବରୀନା ହୁସେନ୍‌। ଏହି ଆଇଟମ୍‌ ନମ୍ବରରେ ବରୀନା ମଧ୍ୟ ଜବରଦସ୍ତ ଡ୍ୟାନ୍‌ସ କରିଥିବା ଚର୍ଚ୍ଚା ହେଉଛି। ବରୀନାଙ୍କର ଲୁକ୍‌,ଡ୍ୟାନ୍‌ସ,କଷ୍ଟ୍ୟୁମ୍ ଓ ଷ୍ଟାଇଲ୍ ଉପରେ ଯଥେଷ୍ଟ ଧ୍ୟାନ ଦିଆଯାଇଥିବା କୁହାଯାଉଛି। ଏହି ଗୀତରେ ବରୀନା ଓ୍ଵଷ୍ଟର୍ଣ୍ଣ ଆଉଟଫିଟ୍‌ରେ ନଜର ଆସିବେ। ଏହି ଗୀତର କୋରିଓଗ୍ରାଫର ହେଲେ ବୈଭବୀ ମର୍ଚ୍ଚାଣ୍ଟ।