କଳିଙ୍ଗ ଷ୍ଟାଡିୟମରେ ହେବ ଜୁନିୟର ପୁରୁଷ ବିଶ୍ୱକପ ହକି : ଲୋଗୋ ଓ ଟ୍ରଫି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଖେଳାଯିବ ମ୍ୟାଚ

ଭୁବନେଶ୍ୱର : ଓଡିଶାରେ ଖେଳାଯିବ ଜୁନିୟର ହକି ବିଶ୍ୱକପ । ଲୋକସେବା ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି । ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ହେବ ଦ୍ୱାଦଶତମ ଜୁନିୟର ପୁରୁଷ ବିଶ୍ୱକପ ହକି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦ୍ୱାଦଶତମ ଜୁନିୟର ପୁରୁଷ ହକି ବିଶ୍ୱକପର ଲୋଗୋ ଓ ଟ୍ରଫି ଉନ୍ମୋଚନ କରିଛନ୍ତି । କାର୍ଯ୍ୟକ୍ରମରେ FIH ସଭାପତି ନରିନ୍ଦର ବାତ୍ରା, କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ନିର୍ଦ୍ଦେଶକ ଆର ଭିନିଲ କ୍ରିଷ୍ଣା ଓ ୫ଟି ସଚିବ ଭି. କେ ପାଣ୍ଡିଆନ ଉପସ୍ଥିତ ଥିଲେ ।

ପୂର୍ବରୁ ୨୦୧୬ ମସିହାରେ ଜୁନିଅର ହକି ବିଶ୍ୱକପ୍‌‌ ଆୟୋଜନ କରିଥିଲା ଲକ୍ଷ୍ନୌ । ଚଳିତ ବର୍ଷ ଗୌହାଟୀରେ ଏହା ଅନୁଷ୍ଠିତ ହେବାର ଥିଲା । ତେବେ ଏଥର ବିଶ୍ୱକପ୍‌‌ ଆୟୋଜନ ପାଇଁ ରେସ୍‌‌ରେ ଆଗରେ ଓଡ଼ିଶା ଓ ଗୈାହାଟୀ ରହିଥିବା ବେଳେ । ଶେଷରେ ଓଡ଼ିଶାରେ ହିଁ ଜୁନିୟର ହକି ବିଶ୍ୱକପ ଐୟୋଜନ ହେବା ନେଇ FIH ଅଧ୍ୟକ୍ଷ ମଧ୍ୟ ଘୋଷଣା କରିଛନ୍ତି ।

୨୦୧୮ ଭୁବନେଶ୍ୱରରେ ପୁରୁଷ ହକି ବିଶ୍ୱକପ ସଫଳତାର ସହ ଆୟୋଜିତ ହୋଇଥିଲା । ସେହିପରି ୨୦୨୩ ପୁରୁଷ ହକି ବିଶ୍ୱକପ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ ।

Odisha host junior hockey world cup 2021