ଭୁବନେଶ୍ୱର : ଆସନ୍ତା ଫେବ୍ରୁଆରୀ ୨୨ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ ଓ ମାର୍ଚ୍ଚ ୮ ମଧ୍ୟରେ ଅନୁଷ୍ଠିତ ହେବ । ଏ ସଂପର୍କରେ ଆଜି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ବୋର୍ଡ ପକ୍ଷରୁ ଏନେଇ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ଜାହାନାରା ବେଗମ ଘୋଷଣା କରିଛନ୍ତି । ପ୍ରଥମ ଦିନରେ ପ୍ରଥମ ଭାଷା ବା ମାତୃଭାଷା ପରୀକ୍ଷା ହେବ । ଓଡ଼ିଆ ସମେତ ୫ଟି ଭାଷା ଏହି ତାଲିକାରେ ରହିଛି । ୨୫ରେ ଇଂରାଜୀ ପରୀକ୍ଷା ହେବ । ଫେବ୍ରୁଆରୀ ୨୭ରେ ହିନ୍ଦୀ ଓ ୨୮ରେ ସଂସ୍କ୍ତ ପରୀକ୍ଷା ହେବ । ମାର୍ଚ୍ଚ ୨ରେ ଗଣିତ, ମାର୍ଚ୍ଚ ୬ରେ ସାଧାରଣ ବିଜ୍ଞାନ ଓ ୮ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ
ମାର୍ଚ୍ଚ ୭ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା, ଥିଓରୀ ଆଗରୁ ସରିବ ପ୍ରାକ୍ଟିକାଲ