୬ ଦୁର୍ନୀତିଗ୍ରସ୍ତ ଅଧିକାରୀ ଚାକିରୀରୁ ବହିଷ୍କୃତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର :କେନ୍ଦ୍ରରେ ମୋଦୀ ସରକାରଙ୍କ ପରି ରାଜ୍ୟରେ ଆକ୍ସନ ମୁଡରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୋଦୀଙ୍କ ପରି ଦୁର୍ନୀତି ଶୂନ୍ୟ ନୀତି ଆପଣେଇଛନ୍ତି ନବୀନ ପଟ୍ଟନାୟକ। ଏହି କ୍ରମରେ ଆଜି ଦୁର୍ନୀତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନବୀନ ପଟ୍ଟନାୟକ।  ସରକାରୀ ଚାକିରୀରୁ ୬ଜଣ ଅଧିକାରୀ ବହିଷ୍କୃତ କରିଥିବା ବେଳେ ୪ଜଣ ପୂର୍ବତନ ଅଧିକାରୀଙ୍କ ପେନସନ ବନ୍ଦ କରି ଦିଆଯାଇଛି।

ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଜି ଭିଜିଲାନ୍ସ କୋର୍ଟରେ ଦୁର୍ନୀତି ସାବ୍ୟସ୍ତ ହେବା ପରେ ନବୀନ ପଟ୍ଟନାୟକ ୬ ଅଧିକାରୀମାନଙ୍କୁ ପଦବୀରୁ ବହିଷ୍କୃତ କରିଛନ୍ତି। ସେହି ସମୟରେ ୪ଜଣ ପୂର୍ବତନ ଅଧିକାରୀଙ୍କ ପେନସନ ବନ୍ଦ କରିଛନ୍ତି। ବାରିପଦା ଆଇଟିଡିଏର ସହକାରୀ ଯନ୍ତ୍ରୀ ବୈକୁଣ୍ଠ ପ୍ରଧାନ ବହିଷ୍କୃତ ହୋଇଛନ୍ତି। ସେହିପରି ନାକଟିଦେଉଳର ପଶୁ ଡାକ୍ତର ଭାଗିରଥୀ ବିଶ୍ଵାଳଙ୍କୁ ବହିଷ୍କାର କରାଯାଇଛି। ଏହା ସହ କାମାକ୍ଷାନଗରର ପିଏଚଡି ଜେଇ ବସନ୍ତ ପାତ୍ର ମଧ୍ୟ ସରକାରୀ ଚାକିରୀରୁ ବିଦା ହୋଇଛନ୍ତି। 

କେବଳ ସେତିକି ନୁହେଁ ଚାକିରୀ କାଳ ମଧ୍ୟରେ ଦୁର୍ନୀତି କରିଥିବା ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ ଇଇ ଗୌତମ ପୃଷ୍ଟି ଓ ଅନ୍ୟ ୩ଜଣଙ୍କ ପେନସନ ବନ୍ଦ କରିଛନ୍ତି। ସମୁଦାୟ ଦେଖିବାକୁ ଗଲେ ଦୁର୍ନୀତି କରି ଚଳିତ ଅଗଷ୍ଟ ମାସରେ ମୋଟ ୨୧ଜଣ ବିଦା ହୋଇଥିବା ବେଳେ ୬ଜଣଙ୍କର ପେନସନ୍ ବନ୍ଦ କରାଯାଇଛି।