ଦୁର୍ନୀତିଗ୍ରସ୍ତ ୧୫ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁର୍ନୀତି ବିରୁଦ୍ଧରେ ‘ଜିରୋ ଟଲେରାନ୍ସ’ ନୀତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁକରଣ କରିବାକୁ ଉଦ୍ୟମ କରିଛନ୍ତି।  କେନ୍ଦ୍ରରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଯେଭଳି ବାଧ୍ୟତାମୂଳକ ଚାକିରିରୁ ବିଦା କରାଯାଉଛି, ଠିକ୍ ସେହିଭଳି ୧୫ଜଣ ଦୁର୍ନୀତିଗ୍ରସ୍ତ ସରକାରୀ...

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁର୍ନୀତି ବିରୁଦ୍ଧରେ ‘ଜିରୋ ଟଲେରାନ୍ସ’ ନୀତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁକରଣ କରିବାକୁ ଉଦ୍ୟମ କରିଛନ୍ତି।  କେନ୍ଦ୍ରରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଯେଭଳି ବାଧ୍ୟତାମୂଳକ ଚାକିରିରୁ ବିଦା କରାଯାଉଛି, ଠିକ୍ ସେହିଭଳି ୧୫ଜଣ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସରକାର ଚାକିରିରୁ ବରଖାସ୍ତ କରିଛନ୍ତି। ଏହା ସହିତ ଅନ୍ୟ ୨ଜଣ ପୂର୍ବତନ ଅଧିକାରୀଙ୍କ ପେନସନ ସୁବିଧା ମଧ୍ୟ ବନ୍ଦ କରାଯାଇଛି। ଏହି ୧୭ଜଣ ସରକାରୀ କର୍ମଚାରୀଙ୍କ ବିରୋଧରେ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା ଦ୍ୱାରା ଅଭିଯୋଗ ଅଣାଯାଇଥିଲା, ଯାହା ପରେ ପ୍ରମାଣିତ ମଧ୍ୟ ହୋଇଛି।

ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ ବୌଦ୍ଧ ଜିଲ୍ଲାର ପୂର୍ବତନ ଆଇଏମଭି ଦେବୀପ୍ରସାଦ ପାଢ଼ୀ, ଡୁଙ୍ଗୁରିପାଲି ସମବାୟ ସମିତିର ପୂର୍ବତନ ସଚିବ ଦେବଦତ୍ତ ଦାଶ, ଉମରକୋଟ ପୌର ପରିଷଦର ଅକଟ୍ରାଇ ଟ୍ୟାକ୍ସ ସର୍କାର କାଳିପ୍ରସାଦ ସିଂ, ଧାମନଗର ତହସିଲର ଜୁନିୟର କ୍ଲର୍କ ବଟକୃଷ୍ଣ ବାରିକ, ଥିୂଆମୂଳ ରାମପୁର ବ୍ଲକର ପୂର୍ବତନ ଭିଏଲଡବ୍ଲ୍ୟୁ କୃଷ୍ଣମୋହନ ଦାସ, କେସିଙ୍ଗା ବ୍ଲକର ପୂର୍ବତନ ସମ୍ପାଦକ ଅଶୋକ କୁମାର ସାହା, ଜୁନାଗଡ଼ ବ୍ଲକର ପଞ୍ଚାୟତ କାର୍ଯ୍ୟନିର୍ବାହୀ ପଦ୍ମମୁଖ ଶବର, ବୌଦ୍ଧ ଜିଲ୍ଲାର ପଞ୍ଚାୟତ ସମ୍ପାଦକ କିଶୋର ଚନ୍ଦ୍ର ପ୍ରଧାନ, ବାଣପୁର ସାଳିଆ ଜଳସେଚନ ପ୍ରକଳ୍ପର ସହକାରୀ ଯନ୍ତ୍ରୀ ବିଜୟ କୁମାର ସାହୁ, ଭବାନୀପାଟଣା ଆଇଟିଡିଏର ପୂର୍ବତନ ଜେଇ କରୁଣାକର ପଣ୍ଡା, କୁଳିଅଣା ବ୍ଲକ ପୂର୍ବତନ ଜେଇ ମଙ୍ଗଳ ସିଂ ମୁଣ୍ଡା, କୁଳିଅଣା ବ୍ଲକ ପୂର୍ବତନ ସହକାରୀ ଯନ୍ତ୍ରୀ ବୈଦ୍ୟନାଥ ମାଝୀ, ସାରସକଣା ବ୍ଲକର ପୂର୍ବତନ ଜେଇ ପ୍ରତାପ ଚନ୍ଦ୍ର ରାଉତ, ଥୂଆମୂଳ ରାମପୁର ଆଇଟିଡିଏର ପୂର୍ବତନ ଜେଇ ନିଗମାନନ୍ଦ ପଣ୍ଡା, ବିଏମସି ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କ୍ଲର୍କ ଚିତ୍ତରଞ୍ଜନ ଲାଲଙ୍କୁ ଦୁର୍ନୀତି ଅଭିଯୋଗରେ ଚାକିରିରୁ ବରଖାସ୍ତ କରାଯାଇଛି।

ସେହିପରି କଳାହାଣ୍ଡି ଆଇଟିଡିଏର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଅଶ୍ୱିନୀ କୁମାର ଶର୍ମା ଓ କଳାହାଣ୍ଡି ଡିଆରଡିଏର ଅବସରପ୍ରାପ୍ତ ଏପିଡି ଶଶାଙ୍କ ଶେଖର ପଟ୍ଟନାୟକଙ୍କ ପେନସନ ସୁବିଧା ବନ୍ଦ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

Spread the love
Categories
ଓଡିଶା

RELATED BY

  • ସ୍କୁଲ ଯିବନି ଜଗା, ମୁଣ୍ଡରେ ହେବ ଖପୁରୀ ପ୍ରତିରୋପଣ: ମନ୍ତ୍ରୀ

    କଟକ: ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ ଚିକିତ୍ସାଧୀନ ଥିବା ଜଗାର ଖପୁରୀ ପ୍ରତ୍ୟାରୋପଣ ହେବ। ତେଣୁ ବର୍ତ୍ତମାନ ସ୍ଥିତିରେ ଜଗା ସ୍କୁଲ ଯାଇପାରିବ ନାହିଁ। ଖପୁରି ପ୍ରତିରୋପଣ ପରେ ସେ ସ୍କୁଲ ଯିବା ସମ୍ଭବ ହୋଇପାରିବ। କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଂଚଳର...
  • ଓଡ଼ିଶାରେ ନକଲି ସାମ୍ପୁ

    ବଲାଙ୍ଗୀର: ଘରେ ଘରେ ପରିଚିତ କ୍ଲିନିକ ପ୍ଲସ ସାମ୍ପୁର ନକଲି ଏବେ ବଜାରରେ ଦେଖିବାକୁ ମିଳିଛି | କିଛି ଏଭଳି ଅଭିଯୋଗ ବଲାଙ୍ଗୀରର କଣ୍ଟାବାଞ୍ଜିରୁ ଆସିଛି | ବଜାରରେ ପ୍ୟାକେଟ୍ ପ୍ୟାକେଟ୍ ନକଲି ସାମ୍ପୁ ବିକ୍ରି ହେଉଥିବାବେଳେ ଏବେ ଏହାର...
  • ମଙ୍ଗୁମଠକୁ ନ ଭାଙ୍ଗିବାକୁ ନବୀନଙ୍କୁ ଅନୁରୋଧ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

    ପୁରୀ:ପୁରୀର ବହୁ ପୁରାତନ ମଙ୍ଗୁ ମଠ ଉଚ୍ଛେଦ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ନବୀନଙ୍କୁ ଏକ ଟ୍ୱିଟ୍‌ କରି କ୍ୟାପଟେନ ଅମରିନ୍ଦର ସିଂହ କହିଛନ୍ତି ଯେ, ଏହି ମଠ ଗୁରୁ ନାନକଙ୍କ...
  • ନନ୍ଦନକାନନରେ ଅସୁସ୍ଥ ଦନ୍ତାହାତୀ ଚନ୍ଦନ ମୃତ

    ବାରଙ୍ଗ: ଶନିବାର ରାତିରେ ସ୍ଥାନୀୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନର ହାତୀଶାଳରେ ରହୁଥିବା ଅସୁସ୍ଥ ଦନ୍ତାହାତୀ ଚନ୍ଦନର ମୃତ୍ୟୁ ଘଟିଛି । ଅସୁସ୍ଥ ହୋଇପଡ଼ିଥିବା ଚନ୍ଦନକୁ ଆସାମ ଷ୍ଟେଟ୍‌ ଓ ସେଣ୍ଟର୍‌ ଫର୍‌ ଓ୍ଵାଇଲ୍‌ଡ୍‌ ଲାଇଫ୍‌ ହେଲ୍‌ଥ୍‌ ଓଡ଼ିଶାର ପ୍ରବୀଣ ପଶୁଚିକିତ୍ସକମାନଙ୍କ...