ଏକାମ୍ର କ୍ଷେତ୍ରରୁ ବାଇ-ଲ ପ୍ରତ୍ୟାହାର ପ୍ରସଙ୍ଗରେ ସହଯୋଗ ମାଗିଲା ବିଜେଡି, ବାଁଏ ବାଏଁ ଉଡାଇ ଦେଲେ ସାଂସଦ ଅପରାଜିତା

ଅସହଯୋଗ କରୁଛନ୍ତି ଅପରାଜିତା ଷଡଙ୍ଗୀ, ଆମ ଅନୁରୋଧକୁ କଲେ ପ୍ରତ୍ୟାଖ୍ୟାନ: ଅନୁଭବ

ଭୁବନେଶ୍ଵର : ଜାତୀୟ ସ୍ମାରକୀ ପ୍ରାଧୀକରଣ ବା ଏନ.ଏମ.ଏ.ର ଏକାମ୍ର କ୍ଷେତ୍ର ସମ୍ବଳିତ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର ଦାବି ଦିନକୁ ଦିନ ତେଜିବାରେ ଲାଗିଛି । ଲିଙ୍ଗରାଜ ମନ୍ଦିର ସାମ୍ନାରେ ସମୂହ ଦୀପ ଦାନ ଓ ମୁଖ୍ୟମନ୍ତ୍ରୀଙ୍କ ଟ୍ଵିଟ୍ ପରେ ଆଜି ବିଜେଡି ସାଂସଦଙ୍କ ଏକ ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟି ବାଇ-ଲ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ହେଲେ ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି। ଖାସ୍ କରି ଲୋକଙ୍କ ଆସ୍ଥା ସହ ଜଡିତ ଏହି ପ୍ରସଙ୍ଗରେ ଭୁବନେଶ୍ଵର ସାଂସଦ ଅପରାଜିତ ଷଡଙ୍ଗୀଙ୍କ ଆଭିମୁଖ୍ୟକୁ ନେଇ ବିଜେଡି ସାଂସଦ ଅନୁଭବ ମହାନ୍ତି ପ୍ରଶ୍ନ ଉଠାଇଛନ୍ତି। ଏହି ମାମଲାରେ ଭୁବନେଶ୍ଵର ସାଂସଦ ଅସହଯୋଗ କରୁଥିବା କେନ୍ଦ୍ରାପଡା ସାଂସଦ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିବା ପରେ ଟ୍ଵିଟ୍ କରି କହିଛନ୍ତି। ଏହା ଉପରେ ଜବାବ ରଖି ସମୟ ଆସିଲେ କହିବି ବୋଲି ପ୍ରତିକ୍ରିୟା ଦେଇଛନ୍ତି ଅପରାଜିତ ଷଡଙ୍ଗୀ।

ଅନୁଭବ ମହାନ୍ତି ଶନିବାର ଟ୍ଵିଟ୍ କରିଛନ୍ତି ଯେ, ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଏକାମ୍ର କ୍ଷେତ୍ରରୁ ବାଇ-ଲ ପ୍ରତ୍ୟାହାର ପାଇଁ କରାଯାଉଥିବା ଦାବିରେ ଆମ ସହ ଯୋଗ ହେବାକୁ ଅନୁରୋଧ କରିଥିଲୁ। ହେଲେ ଅପରାଜିତ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ଖୋଦ୍‌ ଭୁବନେଶ୍ଵରର ସାଂସଦ ହୋଇ ଏହି ପ୍ରସଙ୍ଗ କେନ୍ଦ୍ର ସରକାରଙ୍କଠାରେ ଉଠାଇବା ପରିବର୍ତ୍ତେ ନିରବ ରହିଛନ୍ତି। ଏ ପର୍ଯ୍ୟନ୍ତ ପଦୁଟିଏ ମଧ୍ୟ ମୁହଁ ଖୋଲି ନାହାନ୍ତି।

ଉପ ନିୟମ ପ୍ରତ୍ୟାହାର ପ୍ରସଙ୍ଗ ଏକ ଅଣରାଜନୈତିକ ଏବଂ ଲୋକଙ୍କ ଧାର୍ମିକ ଓ ଆଧ୍ୟାତ୍ମିକ ଭାବନା ସହ ଜଡିତ ପ୍ରସଙ୍ଗ। ଏଥିରେ ରାଜ୍ୟ ବିଜେପି ଆମର ଅସହଯୋଗ କରୁଥିବା ସାଂସଦ ଅନୁଭବ ମହାନ୍ତି ନିଜ ଟ୍ଵିଟ୍‌ରେ କହିଛନ୍ତି। ଶ୍ରୀକ୍ଷେତ୍ର ପରି ଏକାମ୍ର କ୍ଷେତ୍ର ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ସହ ସଂପର୍କ ଥିବା ଅନନ୍ତ ବାସୁଦେବ ଏବଂ ବ୍ରହ୍ବେଶ୍ବର ମନ୍ଦିରରେ ଏନ.ଏମ.ଏ ଦ୍ବାରା ପ୍ରକାଶିତ ବାଇ-ଲ କୁ ପ୍ରତ୍ୟାହାର କରାଯାଉ ବୋଲି ବିଜେଡି ସହ କଂଗ୍ରେସ ମଧ୍ୟ ଦାବି କରୁଛି।

ଅଦ୍ୟାବଧି ସାଂସଦ ଷଡଙ୍ଗୀ ଏହି ପ୍ରସଙ୍ଗରେ ନିରବତା ଅବଲମ୍ବନ କରିଛନ୍ତି। ଏମିତି ସମୟରେ ତାଙ୍କର ଗାଏବକୁ ନେଇ ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଛି। ଅନୁଭବ ମହାନ୍ତିଙ୍କୁ ଜବାବ ଦେଇ ଅପରାଜିତା କହିଛନ୍ତି କୌଣସି କାରଣ ନଥାଇ କିଛି ହୋଇ ନାହିଁ। ସମୟ ଆସିଲେ ମୁଁ କହିବି। ଦୟା କରି ଦେଖ ଏବଂ ଅପେକ୍ଷା କର ବୋଲି ସେ କହିଛନ୍ତି।

mp aparajita sadangi not cooperating with by law withdrawal issue says bjd