କର୍ଲାପାଟ ଅଭୟାରଣ୍ୟରେ ପୁଣି ହାତୀର ମୃତ୍ୟୁ : ୧୩ ଦିନରେ ଅଭୟାରଣ୍ୟରେ ମଲେଣି ୫ ହାତୀ

କାରଣ ଖୋଜୁଛି ବନ ବିଭାଗ

କଳାହାଣ୍ଡି  : କର୍ଲାପାଟ ଅଭୟାରଣ୍ୟରେ ଆଉ ଗୋଟିଏ ହାତୀର ମୃତ୍ୟୁ ହୋଇଛି। କର୍ଲାପାଟ ଅଭୟାରଣ୍ୟରେ ଅସୁସ୍ଥ ଥିବା ହାତୀଟିର ଆଜି ମୃତ୍ୟୁ ଘଟିଛି। ଭୂତାଣୁ ଜନିତ ହେମ୍‌ରେ ସେପ୍ଟିସେମିଆ ରୋଗରେ ଆକ୍ରାନ୍ତ ହୋଇ ହାତୀର ମୃତ୍ୟୁ ଘଟିଥିବା ସ୍ପଷ୍ଟ କଲେ ବିଶେଷଜ୍ଞ ଟିମ୍‌। ଗତ ୧୩ ଦିନରେ ଅଭୟାରଣ୍ୟରେ ମଲେଣି ୫ ହାତୀ। ପ୍ରାଥମିକ ତଦନ୍ତରୁ ହାତୀ ମୃତ୍ୟୁର କାରଣ ହେମରେଜ ସେଫଟିସିମିଆ ଭୂତାଣୁ ସଂକ୍ରମଣ ବୋଲି ପ୍ରାଣୀ ବିଶେଷଜ୍ଞ ଚିହ୍ନଟ କରୁଥିବା ବେଳେ ଏହାର ଉଚ୍ଚସ୍ତରୀୟ ଯାଞ୍ଚ ପାଇଁ ନମୂନା ସଂଗ୍ରହ କରାଯାଇ ସେନଟର ଫର ଓ୍ଵାଇଲ୍‌ଡ ଲାଇଫ୍ ହେଲଥକୁ ପଠାଯାଇଛି ।

କଳାହାଣ୍ଡି ଦକ୍ଷିଣ ବନଖଣ୍ଡ କର୍ଲ।ପାଟ ଅଭୟାଆରଣ୍ୟର ଘୁଷୁରୀଗୁଡିକ ନାଲା ନିକଟରୁ ୩ ଗୋଟି ତଥା ସିମେଲପଦର ନିକଟରୁ ଗୋଟିଏ ଏଭଳି ମୋଟ୍ ୪ ଗୋଟି ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ କରାଯାଇଛି । ଗତ ୧୫ ବର୍ଷ ପରେ ଏଭଳି ଭୁତାଣୁ ସଂକ୍ରମଣ ଦ୍ବାରା କର୍ଲ।ପାଟ ଅଭୟାଆରଣ୍ୟରେ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି ।

 one more elephant death in kalahandi karlapat forest 

ହାତୀ ମୃତ୍ୟୁର କାରଣ ପାଇଁ ବନ ବିଭାଗ ଉଚ୍ଚସ୍ତରୀୟ ଯାଞ୍ଚ ପାଇଁ ସେମ୍ପଲ ସେନଟର ଫର ଓ୍ଵାଇଲ୍‌ଡ ଲାଇଫ୍‌କୁ ପଠାଇଛି । ଓୟୁଏଟିର ପ୍ରାଣୀ ବିଶେଷଜ୍ଞଙ୍କୁ ନେଇ କର୍ଲ।ପାଟ ଅଭୟାଆରଣ୍ୟର ଯାଞ୍ଚ ପାଇଁ ଏକ ଟିମ୍ ଗଠନ କରାଯାଇଛି । ଭୂତାଣୁ ସଂକ୍ରମଣ ସ୍ଥାନୀୟ ଅଞ୍ଚଳର ଗୃହପାଲିତ ପଶୁ ମଧ୍ୟରେ ନ ବ୍ୟାପିବା ପାଇଁ କର୍ଲ।ପାଟ ଅଭୟାଆରଣ୍ୟ ମଧ୍ୟରେ ଥିବା କର୍ଲ।ପାଟ,ଲିଲିଗଂପଦର,ତେୁଳିପଦର,ଜାକମ ଗାଁ ଗୁଡିକରେ ଗୃହପାଲିତ ପଶୁକୁ ଟିକାକରଣ କରାଯାଉଛି। ହାତୀ ପାଣି ପିଉଥିବା ନାଳ ପାଣିରେ ସଂକ୍ରମଣ ରୋକିବାକୁ ବିଶୋଧନ କରାଯାଉଛି।

କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡକ ପରେ ସମୂହ ଟିକାକରଣ ଆରମ୍ଭ ହୋଇଛି। ଆଖପାଖ ଅଞ୍ଚଳର ସବୁ ଗୃହ ପାଳିତ ପଶୁ ପକ୍ଷୀଙ୍କୁ ଟିକା ଦିଆଯାଉଛି। ନଦୀ, ନାଳରେ ବ୍ଲିଚିଂ ପକାଇ ବିଶୁଦ୍ଧ କରାଯାଉଛି। ହାତୀ ମୃତ୍ୟୁ ପଛର କାରଣ ଜାଣିବାକୁ କ୍ୟାମେରା ଲଗାଯିବ ବୋଲି କହିଛନ୍ତି ଡିଏଫ୍‌ଓ। କର୍ଲାପାଟ ଅଭୟାରଣ୍ୟରେ ଥିବା ୧୭ଟି ହାତୀଙ୍କ ମଧ୍ୟରୁ ଏବେ ୫ଟିର ମୃତ୍ୟୁ ହୋଇଛି।

one more elephant death in kalahandi karlapat forest