ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୭ରୁ ଦୁଇଦିନ ପାଇଁ ଭୁଟାନ ଗସ୍ତରେ ଯିବେ। ୨୦୧୭ ଡୋକଲାମ ବିବାଦ ପରେ ମୋଦୀଙ୍କର ଏହା ପ୍ରଥମ ଭୁଟାନ ଗସ୍ତ। ହାଇଡ୍ରୋ ପାୱାର ସେକ୍ଟର ଭାରତ-ଭୁଟାନ ସମ୍ପର୍କର ମୂଳ କେନ୍ଦ୍ର। ଭୁଟାନରେ ଭାରତ ୩ଟି ଶକ୍ତି ପ୍ରକଳ୍ପ ନିର୍ମାଣ କରୁଛି। ଭୁଟାନ ଏହାର ତିନି ଚତୁର୍ଥାଂଶ ବିଦ୍ୟୁତ ଶକ୍ତି ଭାରତକୁ ବିକ୍ରି କରିଥାଏ। ମୋଦୀ ତାଙ୍କ ଗସ୍ତ କାଳରେ ଭୁଟାନ ପାର୍ଲାମେଣ୍ଟର ମିଳିତ ଅଧିବେଶନକୁ ସମ୍ବୋଧନ କରିବା ସହିତ ୬୦୦ ମେଗାୱାଟ ହାଇଡ୍ରୋ ପାୱାର ପ୍ରକଳ୍ପର ଉଦ୍ଘାଟନ କରିବେ।
Prev Post
Next Post