କ୍ୱାରେଂଟାଇନ୍‌ରେ ବିଧାୟକ ଅମର ଶତପଥୀ

ଭୁବନେଶ୍ୱର: ବିଧାୟକଙ୍କ ଘରେ ପଶିଲା କରୋନା । ହୋମ୍ କ୍ୱାରେଂଟାଇନ୍‌ରେ ଗଲେ ବଡଚଣା ବିଧାୟକ । ବିଧାୟକଙ୍କ ପିଏସଓ, ଡ୍ରାଇଭର ଓ ଦୁଇ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ବିଜେଡି ବିଧାୟକ ଅମର ଶତପଥୀ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିଥିବା ନେଇ ସୂଚନା ମିଳିଛି ।

ପୂର୍ବରୁ ବିଧାୟକ ସୁକାନ୍ତ ନାୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ବିଧାନସଭାର ୫ କର୍ମଚାରୀ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଫଳରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବିଧାନସଭାକୁ ବନ୍ଦ କରିଦିଆଯାଇଥିଲା ।

ଅନ୍ୟପଟେ ଲୋକସେବା ଭବନରେ ମଧ୍ୟ କରୋନା ଭୟ ଦେଖାଦେଇଥିଲା । ଲୋକସେବା ଭବନର କିଛି କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସରକାରଙ୍କ ଚିନ୍ତା ବଢିଥିଲା । ଯାହା ଫଳରେ ଲୋକସେବା ଭବନକୁ ସାନିଟାଇଜ୍ କରାଯାଇଥିଲା ।