ଜଳନ୍ଧର : ୩୦ ବର୍ଷର ଶିକ୍ଷୟତ୍ରୀ ଜଣେ ନାବାଳକର ପ୍ରେମରେ ପଡିଥିଲେ । ପ୍ରେମରେ ଏମିତି ଅନ୍ଧ ହୋଇଯାଇଥିଲେ ଯେ ନାବାଳକ ସହ ଶାରୀରୀକ ସଂପର୍କ ରଖିଚାଲିଥିଲେ । ବିବାହ ପ୍ରସ୍ତବ ଆସିଲେ ବି ବାହା ହେବାକୁ ମନା କରିଦେଉଥିଲେ । ଅପେକ୍ଷା କରିଥିଲେ କେତେବେଳେ ନିଜ ନାବାଳକ ପ୍ରେମିକ ଜଣଣଙ୍କ ସାବାଳକ ହେବେ । ଆଉ ୨ ବ୍ଷ ଅପେକ୍ଷା କରିଥିଲେ ଶିକ୍ଷୟତ୍ରୀ । ଯେତେବେଳେ ପ୍ରେମିକକୁ ୨୦ ବର୍ଷ ହେଲା ସେତେବେଲେ ଉଭୟ ପରସ୍ପରକୁ ବାହା ହେବାକୁ ନିଷ୍ପତି ନେଲେ । ହେଲେ ଧୋକ୍କା ଦେଲା ପ୍ରେମିକ ।
ପ୍ରେମିକା ସହ ୨ ବର୍ଷ ଧରି ସେକ୍ସ କରୁଥିବା ପ୍ରେମିକ ବାହାଘର ହେବା ଆଗରୁ ବାହାନାରେ ଫେରାର ହୋଇଗଲେ । ୩୨ ବର୍ଷର ପ୍ରେମକା ବାହାଘର ଲାଗି ବିୟୁଟି ପାର୍ଲରୁ ସଜହୋଇ ଫେରିଲା ବେଳକୁ ବିବାହର ପ୍ରତିଶୃତି ଦେଇଥିବା ପ୍ରେମିକ ଫେରାର । ୨୦ ବର୍ଷର ପ୍ରେମିକ ଠାରୁ ଏମିତି ପ୍ରତାରଣାର ଶୀକାର ହୋଇଛନ୍ତି ଜଣେ ୩୨ ବର୍ଷର ଶିକ୍ଷୟତ୍ରୀ ପ୍ରେମିକା । ବାହାଘର ପୂର୍ବରୁ ସଜ ହେବାକୁ ପାର୍ଲରକୁ ଯାଇଥିବାବେଳେ ପ୍ରେମିକ ଫେରାର ହୋଇଯାଇଛି । ଏମିତି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଜଳନ୍ଧରରେ ଜଣେ ୩୨ବର୍ଷିୟ ଶିକ୍ଷୟିତ୍ରୀ ବିବାହ ପୂର୍ବରୁ ଭଲ ଦିଶିବା ପାଇଁ ପାର୍ଲର ଯାଇଥିବା ବେଳେ ବିବାହର ପ୍ରତିଶ୍ରୁତି ଦେଇଥିବା ଯୁବକ ଫେରାର ହୋଇଯାଇଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରେମିକ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିବା ଅଭିଯୋଗ ହେବା ପରେ ଏବେ ପୁଲିସ ଅଭିଯୁକ୍ତ ଜସ୍ବୀର ସିଂହଙ୍କୁ ଖୋଜିବା ଆରମ୍ଭ କରିଛି । ପୀଡ଼ିତା ଜସ୍ବୀରଙ୍କୁ ଫେରାର କରାଇବା ପଛରେ ତାଙ୍କ ବାପାଙ୍କ ହାତ ଥିବା କହି ତାଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି ।
ସୂଚନା ମୁତାବକ,ଯେତେବେଳେ ପୀଡ଼ିତାଙ୍କୁ ୩୦ବର୍ଷ ବୟସ ହୋଇଥିଲା ସେତେବେଳେ ସେ 17ବର୍ଷିୟ ଜସ୍ବୀରଙ୍କ ସଂପର୍କରେ ଆସିଥିଲେ । କିଛି ଦିନ ପରେ ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ସ୍ଥାପନ ହେବା ସହ ପ୍ରେମ ସଂପର୍କ ମଧ୍ୟ ଆରମ୍ଭ ହୋଇଥିଲା । ଆମେ ଖୁବ୍ ଶୀଘ୍ର ବିବାହ କରିବା ବୋଲି କହି ଜସ୍ବୀର ପୀଡ଼ିତାଙ୍କ ସହ ଅନେକ ଥର ଶାରୀରିକ ସଂପର୍କ ରଖିଥିଲେ । ଜସ୍ବୀର ଦୁବାଇ ଚାଲିଯିବା ପରେ ତାଙ୍କ ବାପା ପୀଡ଼ିତାଙ୍କୁ ଜସ୍ବୀରଙ୍କଠାରୁ ଦୂରରେ ରହିବା ପାଇଁ ଧମକ ଦେଇଥିଲେ । ପୀଡ଼ିତା ଅନେକ କଷ୍ଟ କରିବା ପରେ ଜସ୍ବୀରଙ୍କୁ ଦୁବାଇରୁ ଡ଼କାଇ କୋର୍ଟ ମ୍ୟାରେଜ୍ କରିବା ପାଇଁ ନିଷ୍ପତ୍ତିି ନେଇଥିଲେ । ଜସ୍ବୀର ରାଜି ହେବା ପରେ ପୀଡ଼ିତା ବିବାହର ଦିନ ଠିକ୍ କରି ସଜ ହେବା ପାଇଁ ପାର୍ଲର ଚାଲି ଯାଇଥିଲେ । ମୁଁ ବାହାରେ ଅପେକ୍ଷା କରିଛି ବୋଲି କହି ପୀଡ଼ିତାଙ୍କୁ ସଜ ହେବା ପାଇଁ ଭିତରକୁ ପଠାଇଥିଲେ ଜସ୍ବୀର । କିନ୍ତୁ ସଜ ହୋଇ ବାହାରକୁ ଆସିବା ପରେ ଜସ୍ବୀର ସେଠାରୁ ଫେରାର ହୋଇ ଯାଇଥିଲେ । ଫୋନ କରିବା ପରେ ତାଙ୍କ ଫୋନ ମଧ୍ୟ ବନ୍ଦ ଆସିଥିଲା ।