ରୋମାନ୍ସକୁ ନେଇ କଣ ଲେଖି ସୋସିଆଲ ମିଡିଆରେ ଟ୍ରୋଲ ହେଲେ ଅଭିନେତ୍ରୀ ଶ୍ରୀ ରେଡ୍ଡି ପଢନ୍ତୁ ଖବର,ଦେଖନ୍ତୁ ଫଟୋ

ମୁମ୍ବାଇ : କାଷ୍ଟିଙ୍ଗ କାଉଚ ଅଭଯୋଗ ଆଣିଥିବା ତେଲଗୁ ଅଭିନେତ୍ରୀ ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି । କେବଳ ଚର୍ଚ୍ଚାକୁ ଆସି ନାହାନ୍ତି ଟ୍ରୋଲ ବି ହୋଇଛନ୍ତି । ନିଜ ଫେସ ବୁକ ଆକାଉଣ୍ଟରେ ରୋମାନ୍ସ ଉପରେ ମତ ଦେଇ ଟ୍ରୋଲ ହୋଇଛନ୍ତି ଶ୍ରୀ । ସଚିନ ତେନ୍ଦୁଲକରଙ୍କ ଉପରେ ରୋମାନ୍ସକୁ ନେଇ ଲେଖିଛନ୍ତି ଶ୍ରୀ । ଏହାକୁ ସହଜରେ ହଜମ କରିପାରି ନାହାନ୍ତି ସଚିନଙ୍କ ସମର୍ଥକ ଓ ପ୍ରଶଂସକ । ହେଲେ ସଚିନ ଏନେଇ କିଛି ମତ ରଖିନାହାନ୍ତି ବୋଲି ଜଣା ପଡିଛି ।

ରେଡ଼୍ଡୀ ନିଜ ଫେସ୍‌ବୁକ୍‌ ପ୍ରୋଫାଇଲ୍‌କୁ ଯାଇ ସଚ୍ଚିନ୍‌ ତେନ୍ଦୁଲକର ନାମକ ଜଣେ ରୋମାଣ୍ଟିକ୍‌ ଯୁବକ ହାଇଦ୍ରାବାଦ୍‌ ଆସିଥିବା ବେଳେ ଏକ ସୁନ୍ଦର ଝିଅ ତାଙ୍କ ସହ ରୋମାନ୍ସ କରିଥିଲେ । ମହାନ ବ୍ୟକ୍ତିତ୍ୱ ବହୁତ ଭଲ ଖେଳନ୍ତି । ମୋ କହିବାରେ ମାନେ ବହୁତ ଭଲ ରୋମାନ୍ସ କରନ୍ତି ବୋଲି ଲେଖି ପୋଷ୍ଟ କରିଥିଲେ । ଏହି ପୋଷ୍ଟ କରିବା ପରେ ପରେ ସଚ୍ଚିନଙ୍କ ପ୍ରଶଂସକ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ । ଜଣେ ପ୍ରଶଂସକ ଆମେ ସଚ୍ଚିନ୍‌ ତେନ୍ଦୁଲକରଙ୍କୁ ସମ୍ମାନ ଦେଉଛୁ ଏବଂ ଦେଉଥିବୁ ମଧ୍ୟ । ତୁମେ ତୁମର ଏତେ ନୀଚ ପବ୍ଲିସିଟି ତୁମ

ପାଖରେ ରଖ ବୋଲି ଲେଖିଥିବା ବେଳେ ସଚ୍ଚିନ୍‌ ତେନ୍ଦୁଲକର ଜଣେ ଭଗବାନ ଏବଂ ତାଙ୍କ ଚରିତ୍ର କେମିତି ଆମକୁ ଜଣା । ତୁମେ ତୁମ ମତ ତୁମ ପାଖରେ ରଖି ପବ୍ଲିସିଟି କରିବା ବନ୍ଦ କର ବୋଲି ଲେଖିଥିଲେ । ତେବେ ଏ ନେଇ ସଚ୍ଚିନ କୌଣସି ମତ ରଖି ନଥିବା ଜଣାପଡ଼ିଛି ।