କୋରୋନାକୁ ନେଇ କେଜ୍ରିୱାଲଙ୍କ ଜରୁରୀକାଳିନ ବୈଠକ

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ କୋରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦିଲ୍ଲୀ, ତେଲେଙ୍ଗାନା, ରାଜସ୍ଥାନ ପରେ ବର୍ତମାନ ଉତରପ୍ରଦେଶ, ଛତିଶଗଡ ଓ ଓଡିଶାରେ କୋରୋନାଙ୍କୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କୋରୋନା ମୁକାବିଲା ପାଇଁ ଏକ ଜରୁରୀକାଳିନ ବୈଠକ କରିଛନ୍ତି ।

ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ, ଦିଲ୍ଲୀ ମୁଖ୍ୟ ସଚିବ ବିଜୟ କୁମାର ଦେବ ଓ ଦିଲ୍ଲୀ ସ୍ବାସ୍ଥ୍ୟ ଅଧିକାରୀ ପ୍ରମୁଖ ଯୋଗ ଦେଇଛନ୍ତି । ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟ କରି COVID-19କୁ ନେଇ ପ୍ରସ୍ତୁତି ଜାରି ରହିଛି । ବିଭିନ୍ନ ରାଜ୍ୟର ମନ୍ତ୍ରୀ ଏକାଠି କାମ କରୁଛନ୍ତି । ଏୟାରପୋର୍ଟରେ ସ୍କ୍ରିନିଂଠୁ ଆରମ୍ଭ କରି ଚିକିତ୍ସା ଯୋଗାଇ ଦେବା ଯାଏଁ ସବୁଥିରେ ସହାୟତା କରାଯିବା ନେଇ ନରେନ୍ଦ୍ର ମୋଦୀ ପ୍ରକାଶ କରିଛନ୍ତି ।