ସୁନ୍ଦରଗଡ ଗସ୍ତରେ ମୁଖ୍ୟମନ୍ତ୍ରୀ ; ୫୦୦କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ସହ ଏକ ହଜାର କୋଟି ଟଙ୍କା ପ୍ରକଳ୍ପର କଲେ ଶିଳାନ୍ୟାସ

ସୁନ୍ଦରଗଡ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଗସ୍ତରେ ଯାଇ ୫୦୦କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିବା ସହ ଏକ ହଜାର କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ତେବେ ପ୍ରଥମେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଅବତରଣ କରି ସେଠାରୁ ହେଲିକପ୍ଟର ଯୋଗେ ସୁନ୍ଦରଗଡ ଜିଲ୍ଲା କ୍ରୀଡା ସଂସଦ ଷ୍ଟାଡିୟମରେ ପହଂଚିଥିଲେ । ଏହାପରେ ସେଠାରେ ପ୍ରକଳ୍ପଗୁଡିକର ଉଦଘାଟନ କରିବା ସହ ଶିଳାନ୍ୟାସ କରିଥିଲେ ।

ଏହା ମଧ୍ୟରେ ସୁନ୍ଦରଗଡର ଇବ ନଦୀ କୂଳରେ ୮୫ କୋଟି ଟଙ୍କା ବ୍ୟୟରେ ରିଂ ରୋଡ ଓ ଭୋଜପୁର ନିକଟ ଇବ ନଦୀ ଉପରେ ୧୬ କୋଟି ଟଙ୍କା ବ୍ୟୟରେ ପୋଲ, ୨୨ କୋଟି ୮୫ ଲକ୍ଷ ଟଙ୍କା ବ୍ୟୟରେ ଭବାନୀଭବନ ପଡ଼ିଆର ଉନ୍ନତିକରଣ ଆଦି ଯୋଜନା ରହିଛି ।

ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ବିଜେଡି ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ, ଜିଲ୍ଲା ବିଜେଡି ସଭାପତି ବିନୟ ଟପ୍ପୋ, ବିଧାୟକ ଶାରଦା ନାୟକ, ସୁବ୍ରତ ତରାଇ ଏବଂ ପୂର୍ବତନ ବିଧାୟକ ଯୋଗେଶ ସିଂହ ପ୍ରମୁଖ ଉପସ୍ଥିତ ଥିବା ଜଣାଯାଇଛି। ତେବେ ଏହି ସରକାରୀ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ର ବିଧାୟକ କୁସୁମ ଟେଟେଙ୍କ ଅନୁପସ୍ଥିତିକୁ ନେଇ ସହରରେ ଚର୍ଚ୍ଚା ହେଉଛି।