ପୋଲିସ ଉପରକୁ ଗୁଳି ଚଳାଇଥିବା ଯୁବକ ଗିରଫ

ନୂଆଦିଲ୍ଲୀ: ଉତର-ପୂର୍ବ ଦିଲ୍ଲୀର ହିଂସାକାଣ୍ଡ ସମୟରେ ପୋଲିସ ଉପରକୁ ଗୁଳି ଚଳାଇଥିବା ଯୁବକ ଶାହରୁଖ ଗିରଫ । ଉତରପ୍ରଦେଶରୁ ଗିରଫ କଲା ଦିଲ୍ଲୀ କ୍ରାଇମବ୍ରାଂଚ ପୋଲିସ । ହିଂସା ସମୟରେ ପୋଲିସ ଉପରକୁ ସେ ଗୁଳି ଚଳାଇଥିବା ଦେଖିବାକୁ ମିଳିଥିଲା ।

ଘଟଣାପରେ ପୋଲିସ ଉକ୍ତ ଯୁବକକୁ ଗିରଫ କରିନଥିବାରୁ ପୋଲିସ ଉପରେ ଅଙ୍ଗୁଳି ଉଠିଥିଲା । ଏ ଘଟଣା ପରେ ଶାହରୁଖ ନିଜ ଘର ଉତରପ୍ରଦେଶର ବରେଲୀ ଚାଲିଯାଇଥିଲା । ତଦନ୍ତ ପରେ ସେଠାରୁ ତାଙ୍କୁ କ୍ରାଇମବ୍ରାଂଚ ଗିରଫ କରିଛି ।

ସୂଚନା ଥାଉକି, ଉତର-ପୂର୍ବ ଦିଲ୍ଲୀର ହିଂସାକାଣ୍ଡରେ ୪୭ ଜଣ ଲୋକଙ୍କ ଜୀବନ ଯାଇଥିବାବେଳେ ଶତାଧିକ ଲୋକେ ଆହତ ହୋଇଛନ୍ତି । ଏହି ହିଂସାକାଣ୍ଡରେ ଜଣେ ପୋଲିସ କନେଷ୍ଟବଳ ଓ ଗୁଇନ୍ଦା ବିଭାଗର ଜଣେ ଅଧିକାରୀ ଅଙ୍କିତ ଶର୍ମାଙ୍କ ମୃତ୍ୟୁ ହୋଇଛି । ହିଂସାକାଣ୍ଡର ତଦନ୍ତ ପାଇଁ ୨ଟି ସ୍ବତନ୍ତ୍ର ତଦନ୍ତକାରୀ ଦଳ କ୍ରାଇମବ୍ରାଂଚ ଗଠନ କରିଛି ।

ସେପଟେ ଦିଲ୍ଲୀ ହିଂସାକୁ ନେଇ ବାରମ୍ବାର ସଂସଦର ଉଭୟ ଗୃହ ମୁଲତବୀ ହେଉଥିବା ଦେଖିବାକୁ ମିଳିଛି ।