କମଲ ହାସନଙ୍କୁ ଝଟକା; ଦଳର ୩ ଲୋକସଭା ପ୍ରାର୍ଥୀ ବିଜେପିରେ ସାମିଲ

ଚେନ୍ନାଇ: ଅଭିନେତାରୁ ବଡ଼ ରାଜନେତା ପାଲଟି ସ୍ବପ୍ନ ଦେଖୁଥିବା କମଲ ହାସନଙ୍କୁ ଲାଗିଛି ଏକ ବଡ଼ ଝଟକା। ତାଙ୍କ ଦଳ ମକ୍କଲ ନିଧି ମୟମ (ଏମଏନଏମ) ପକ୍ଷରୁ ଗତ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରାଯାଇଥିବା ୩ ଜଣ ପ୍ରାର୍ଥୀ ବିଜେପିରେ ସାମିଲ ହୋଇଛନ୍ତି। ଏମାନେ ସମସ୍ତେ ତାମିଲନାଡ଼ୁର ରାଜ୍ୟ କାର୍ଯାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ରାଧାକ୍ରିଷ୍ଣନ ଏହି ଏମଏନଏମ ଏହି ତିନିଜଣ ଏନ ରାଜେନ୍ଦ୍ରନ, ଟି ରବି ଏବଂ ଏସ ଶ୍ରୀକରୁଣାଙ୍କୁ ଦଳରେ ସାମିଲ କରିଛନ୍ତି ।

ସୂଚନାଯୋଗ୍ୟ, ଗତ ବର୍ଷ ଫେବୃଆରି ମାସରେ କମଲ ହାସନ ମକ୍କଲ ନିଧି ମୟମ (ଏମଏନଏମ) ନାମକ ଏକ ନୂତନ ରାଜନୈତିକ ଦଳ ପ୍ରତିଷ୍ଠା କରିଥିଲେ ଏବଂ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ଦେଇଥିଲେ। ଏଥିରେ ଦଳକୁ ପାଖାପାଖି ୩.୭୨ ପ୍ରତିଶତ ଭୋଟ ମିଳିଥିଲା।

ଏମଏନଏମ ୨୦୨୧ରେ ଅନୁଷ୍ଠିତ ହେବାକୁ ଥିବା ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଦଳର ୩ ଜଣ ବରିଷ୍ଠ ନେତାଙ୍କ ବିଜେପିରେ ସାମିଲହେବା କମଲ ହାସନଙ୍କ ପାଇଁ ଚିନ୍ତାର କାରଣ ହୋଇଛି।