ବଲାଙ୍ଗୀରରେ ୫ଟି ସଚିବ ଭି.କେ ପାଣ୍ଡିଆନ

ବଲାଙ୍ଗୀର:ମୋ ସରକାର କାର୍ଯ୍ୟକ୍ରମରେ ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । ତେଣୁ ସ୍ୱାସ୍ଥ୍ୟସେବା ନେଇ ରୋଗୀଙ୍କ ମତ ନେବାକୁ ଅଚାନକ ବିଭିନ୍ନ ଡାକ୍ତରଖାନା ଗସ୍ତ କରୁଛନ୍ତି ୫ଟି ସଚିବ । ଆଜି ରୋଗୀଙ୍କ ମତ ନେବାକୁ ୫ଟି ସଚିବ ପହଂଚିଛନ୍ତି ବଲାଙ୍ଗୀରରେ ।

ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବା ପରଠୁ ସବୁ ଡାକ୍ତରଖାନାରେ ଓପିଡ଼ି ଠାରୁ ୱାର୍ଡ଼ ଯାଏଁ କିଛଇ ନା କିଛି ପରିବର୍ତ୍ତନ ଆସୁଛି । କାରଣ ଯେକୈାଣସି ସମୟରେ ବିଭିନ୍ନ ଡାକ୍ତରଖାନାକୁ ଅଚାନକ ଗସ୍ତ କରୁଛନ୍ତି ୫ଟି ସଚିବ । ଆଜି ୫ଟି ସଚିବ ଭି.କେ ପାଣ୍ଡିଆନ ଅଚାନକ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ବିଭିନ୍ନ ମେଡିକାଲ ବୁଲି ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା କରିବେ । ରୋଗୀଙ୍କୁ ଠିକ ଭାବରେ ସ୍ୱାସ୍ଥ୍ୟ ସେବା ମିଳୁଛି ନା ନାହିଁ । ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ମେଡିକାଲରେ ଉତ୍ତମ ବ୍ୟବହାର ମିଳୁଛି ନା ନାହିଁ । ଡାକ୍ତରଖାନାରେ ରୋଗୀଙ୍କୁ ମିଳୁଥିବା ସୁବିଧା ସମ୍ପର୍କରେ ମତାମତ ସିଧାସଳଖ ମତାମତ ନେବେ । 

ଭି.କେ ପାଣ୍ଡିଆନଙ୍କ ସହ ଏହି ଗସ୍ତରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମଧ୍ୟ ଉପସ୍ଥିତ ରହିଛନ୍ତି । ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ମେଡିକାଲର ଭିତ୍ତିମୂମି ପରିଦର୍ଶନ କରିବେ । ତୁଷୁରା ମେଡିକାଲରୁ ପରିଦର୍ଶନ ଆରମ୍ଭ କରିଛନ୍ତି ୫ଟି ସଚିବ ।