ଜାନୁଆରୀ ୧୨ରୁ ଝାରସୁଗୁଡାରୁ ମୁମ୍ବାଇ ଓ ବେଙ୍ଗାଲୁରୁ ବିମାନ ସେବା ଆରମ୍ଭ ହେବ

ଝାରସୁଗୁଡ଼ା: ନୂଆବର୍ଷରେ ଝାରସୁଗୁଡାବାସୀଙ୍କ ପାଇଁ ଖୁସି ଖବର । ଝାରସୁଗୁଡା ବୀରସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଜାନୁଆରୀ ୧୨ତାରିଖରୁ ମୁମ୍ବାଇ ଓ ବେଙ୍ଗାଲୁରୁ ବିମାନ ସେବା ଆରମ୍ଭ ହେବ ବୋଲି ନିର୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି ଝ ଏହି ବିମାନ ସାପ୍ତାହିକୁ ଚାରିଦିନ ଚାଲିବ ।

ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଜାନୁଆରୀ ୧୨ ତାରିଖରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ବିମାନ ଚଳାଚଳ କରିବା ନେଇ ସୃଷ୍ଟି ହୋଇଛି ସମ୍ଭାବନା । ଝାରସୁଗୁଡା ବିମାନ ବନ୍ଦରରୁ ଉଡାଣ ଭରିବା ପାଇଁ ଟାଇମ ସ୍ଲଟ ମାଗଛି ସ୍ପାଇସଜେଟ ବିମାନ କର୍ତ୍ତୃପକ୍ଷ । ସୋମବାର, ବୁଧବାର, ଶୁକ୍ରବାର ଓ ଶନିବାର ସପ୍ତାହକୁ ଚାରିଦିନ ଚଳାଚଳ କରିବା ପାଇଁ ଟାଇମ ସ୍ଲଟ ମଗାଯାଇଛି । ଏନେଇ ଝାରସୁଗୁଡା ବିମାନ ବନ୍ଦର ପକ୍ଷରୁ ବି ଅନୁମତି ପ୍ରଦାନ କରାଯାଇଛି । ପୂବର୍ରୁ ମାର୍ଚ୍ଚ ସମର ସିଡ୍ୟୁଲରେ ବିମାନ ଚଳାଚଳ କରିବା ପାଇଁ ସ୍ପାଇସ ଜେଟ ଅନୁମତି ନେଇ ସାରିଛି । ତେବେ ଜାନୁଆରି କି ମାର୍ଚ୍ଚରେ ବିମାନ ଚଳାଚଳ ସେନେଇ ନିଷ୍ପତ୍ତି ନେବେ ସ୍ପାଇସଜେଟ କର୍ତ୍ତୃପକ୍ଷ ।

jharsuguda to mumbai flight service start from 12th January

ଦୀର୍ଘ ଦିନରୁ ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗଲୁରୁ ଭଳିଆ ସିଟିକୁ ବିମାନ ଚଳାଚଳ ପାଇଁ ଲୋକେ ଦାବି କରିଆସୁଥିଲେ । ଏହାକୁ ଆଧାରକରି ବେସମାରିକ ବିମାନ ଚଳାଚଳ ମନ୍ତ୍ରାଳୟ ଉଡ଼ାନ ସ୍କିମ ଜରିଆରେ ଝାରସୁଗୁଡ଼ାରୁ ବିମାନ ଚଳାଚଳ କରିବାକୁ ଯୋଜନା ମଧ୍ୟ କରିଥିଲା । ହେଲେ କୋଭିଡ୍ ପାଇଁ ଏହା ଅଟକି ରହିଥିଲା । ତେବ ପରିସ୍ଥିତି ସାମନ୍ୟ ସୁକ୍ଷାର ପରେ ସ୍ପାଇସଜେଟ୍ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଝାରସୁଗୁଡା ବାସୀଙ୍କ ମଧ୍ୟରେ ଖୁସି ଆଣିଦେଇଛି ।