ଭୁବନେଶ୍ବର : ଆଜି ଓଏସସିବିସି ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେଲେ ଅବସରପ୍ରାପ୍ତ ବିଚାରପତି ରଘୁନାଥ ବିଶ୍ଵାଳ ।ଏହାସହ ତିନିଜଣ ସଦସ୍ୟ ଡକ୍ଟର ନବନୀତା ରଥ , ମିତାଲି ଚିନ୍ନାରା ଓ ପ୍ରଶନ୍ନ କୁମାର ପାତ୍ର ଦାୟିତ୍ଵ ନେଇଛନ୍ତି ।
ଦାୟିତ୍ଵ ଗ୍ରହଣ ପରେ ଅଧ୍ୟକ୍ଷ ରଘୁନାଥ ବିଶ୍ଵାଳ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯଦି କୌଣସି ଜାତିର ଲୋକ ଓବିସି ବର୍ଗକୁ ଆସିବା ପାଇଁ ଚାହିଁବ ଆସି ପାରିବ ।ଏହାସହ କୈଣସି ଓବିସି ବର୍ଗରେ ଥାଇ ଯଦି ସାମାଜିକ ଓ ଆର୍ଥିକ ସ୍ତରରେ ସ୍ଵଛଳ ଥାନ୍ତି ସେ ସେମାନଙ୍କ ନାମ ଓବିସି ତାଲିକାରୁ ହଟାଇ ପାରିବେ । ଏଥିପାଇଁ ଏକ ଡାଟା ତିଆରି ହେବ । ରାଜ୍ୟରେ କେତେ ଓବିସି ଅଛନ୍ତି ତାହାର ଡାଟା ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି । ରିଜରଭେସନ ପାଇଁ ମଣ୍ଡଳ କମିଶନ ଯାହା ଅଛି ତାକୁ ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି। ଆଜିର ଏହି ଦାୟିତ୍ବ ଗ୍ରହଣ କାର୍ଯ୍ୟକ୍ରମରେ ଏସଟି ଓ ଏସସି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ବିଭାଗୀୟ ସଚିବଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।