ୱେଷ୍ଟଇଣ୍ଡିଜ ସିରିଜରୁ ବାଦ ପଡିଲେ ଶିଖର ଧାୱନ

ନୂଆଦିଲ୍ଲୀ:ଭାରତର ନିର୍ଭରଯୋଗ୍ୟ ବ୍ୟାଟସମ୍ୟାନ ଶିଖର ଧାୱନ ୱେଷ୍ଟଇଣ୍ଡିଜ ବିରୋଧରେ ଖେଳାଯିବାକୁ ଥିବା ଟି୨୦ରୁ ବାଦ ପଡିଛନ୍ତି । ଡିସେମ୍ବର ୬ରୁ ଆରମ୍ଭ ହେବାକୁ ଥିବା ଭାରତ ଓ ଇଣ୍ଡିଜ ମଧ୍ୟରେ ହାଇଦ୍ରାବାଦରେ ପ୍ରଥମ ମ୍ୟାଚ ଖେଳାଯିବ । ସଞ୍ଜୁ ସାମସନଙ୍କୁ ତାଙ୍କ ସ୍ଥାନରେ ସୁଯୋଗ ମିଳିବ ବୋଲି କୁହାଯାଉଛି । 

ଧାୱନଙ୍କୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ମହାରାଷ୍ଟ୍ର ବିରୋଧରେ ଏକ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିଲା । ସେହି ସମୟରେ ସେ ୪ରୁ ୫ଦିନ ମଧ୍ୟରେ ଫିଟ୍ ହେବେ ବୋଲି କୁହାଯାଇଥିଲା । ଏହି ସମୟରେ ସଞ୍ଜୁ ସାମସନଙ୍କୁ ସିରିଜ ପାଇଁ ଚୟନ କରାଯାଇଥିଲା । ତାଙ୍କୁ ବାଂଲାଦେଶ ବିରୋଧରେ ଟି୨୦ରେ ମଧ୍ୟ ସାମିଲ କରାଯାଇଥିଲା । କିନ୍ତୁ ସେ ଗୋଟିଏ ହେଲେ ମ୍ୟାଚ ଖେଳିପାରି ନଥିଲେ ।

ସ୍ପୋର୍ଟଷ୍ଟାରର ତଥ୍ୟାନୁସାରେ, ୩୩ ବର୍ଷିୟ ଧାୱନଙ୍କୁ ରନ ନେବା ବେଳେ ଆଣ୍ଠୁରେ ଆଘାତ ଲାଗିଥିଲା । ପରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଏପରିକି ରକ୍ତ ବାହାରିବା ପରେ ଷ୍ଟିଚ୍ ପଡିଥିଲା ।