ଏହି କାରଣରୁ ଅଜିତ ପାୱାରଙ୍କୁ ବିଶ୍ୱାସ କରିଥିଲା ବିଜେପି; କହିଲେ ଅମିତ ଶାହା

ନୂଆଦିଲ୍ଲୀ:ମହାରାଷ୍ଟ୍ରରେ ଫଡଣଭିସ ସରକାରର ଇସ୍ତଫା ପରେ ଆଲୋଚକଙ୍କ ନିଶାନାକୁ ଆସିଥିବା ଅମିତ ଶାହା ତାଙ୍କ ଦଳ କାହିଁକି ଅଜିତ ପାୱାରଙ୍କ ଉପରେ ବିଶ୍ୱାସ କଲା ତାହା ଉପରେ ଜବାବ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଏହି ପ୍ରସଙ୍ଗରେ ମହାରାଷ୍ଟ୍ର ବିଜେପିର ଅନେକ ନେତା ମଧ୍ୟ ପାର୍ଟିଠାରୁ ଭିନ୍ନ ମତ ବ୍ୟକ୍ତି କରିଥିଲେ । 

 

ଏକ ନ୍ୟୁଜ ଚ୍ୟାନେଲରେ କଥାବାର୍ତ୍ତା ସମୟରେ ଯେତେବେଳେ ଶାହାଙ୍କୁ ଏହି ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ କହିଥିଲେ, ଅଜିତ ପାୱାର ବିଧାୟକ ଦଳର ନେତା ନିର୍ବାଚିତ ହୋଇଥିଲେ । ତାଙ୍କ ଦଳ ତାଙ୍କୁ ସରକାର ଗଠନ ପାଇଁ ଅଧିକୃତ କରିଥିଲା । ରାଜ୍ୟପାଳ ମଧ୍ୟ ସରକାର ଗଠନକୁ ନେଇ ତାଙ୍କ ସହ କଥା ହୋଇଥିଲେ ।

ଶାହା କହିଛନ୍ତି ଏନସିପି ଯେତେବେଳେ ପ୍ରଥମଥର ସରକାର ଗଠନ କରିବାରେ ଅସମର୍ଥ କହିଥିଲା ସେତେବେଳେ ମଧ୍ୟ ସେହି ଚିଠିରେ ଅଜିତ ପାୱାରଙ୍କ ହସ୍ତାକ୍ଷର ରହିଥିଲା । ଏବେ ଆମ ପାଖକୁ ଯେଉଁ ସମର୍ଥନ ପତ୍ର ଆସିଥିଲା ଏହା ଉପରେ ମଧ୍ୟ ଅଜିତ ପାୱାରଙ୍କ ହସ୍ତାକ୍ଷର ରହିଥିଲା ।