ସ୍ୱାମୀକୁ ଛାଡି ବାପଘରେ ରହୁଥିଲେ, ପଡୋଶୀ ଯୁବକ ସହ ଶାରୀରିକ ସଂପର୍କ ରଖି ହେଲେ ଗର୍ଭବତୀ, ପିଲା ହେବାପରେ କଣ ହେଲା ?

ପଞ୍ଜାବ  : ବିବାହର କିଛିଦିନ ସବୁ ଠିକ ଠାକ ଥିଲା । ବାସ ତାପରେ ସ୍ୱାମୀ ସ୍ତ୍ରୀ ଭିତରେ ଆରମ୍ଭ ହେଲା ଝଗଡା । ସ୍ୱାମୀକୁ ଛାଡି ବାପ ଘରକୁ ଆସି ରହୁଥିଲେ ଝିଅ । ହେଲେ ନିଜକୁ ସମ୍ବାଳୀ ନପାରି ପଡୋଶୀ ଯୁବକ ସହ ଅନୈତିକ ସଂପର୍କ ରଖି ଗର୍ଭବତୀ ହେଲେ । ହେଲେ ପିଲା ଜନ୍ମ ହେବା ପରେ ପିଲାକୁ ପାଳିବାକୁ ପଛ ଘୁଞ୍ଚା ଦେଲେ ଉଭୟ ମା ଓ ପଡିଶା ଘର ଯୁବକ । ଆଉ ଦେହ ଭୋକ ମାରିବାକୁ ମା ହୋଇଥିବା ମହିଳା ଜଣଙ୍କ ବି ମାର ମମତା ଭୁଲିଗଲେ ପିଲାକୁ ପାଳିବା ପରିବର୍ତେ ନବଜାତକ ଶିଶୁକୁ ନାଳିକୁ ଫିଙ୍ଗିଦେଲେ । ଉଦ୍ଧାର ବେଳକୁ ଆଖି ବୁଜି ସାରିଥିଲା ନବଜାତକ ଶିଶୁ । ଏହି ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏମିତି ଖବର ଆସିଛି ପଞ୍ଜାବର ମୋଗାରେ ଥିବା ବାଧାପୁରାନା ଥାନା ଅଞ୍ଚଳରେ ।

ଖବର ମୁତାବକ,୨୮ବର୍ଷୀୟ ଅମନଦୀପ କୌରଙ୍କ ବିବାହ ଗିଲ ଗ୍ରାମ୍‌ରେ ଥିବା ରାଜପାଲଙ୍କ ସହ ହୋଇଥିଲା । କିନ୍ତୁ ବିବାହର କିଛି ଦିନ ପରେ ହିଁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହେବା ସହ ଦୁହେଁ ଅଲଗା ହୋଇ ଯାଇଥିଲେ । ଦୁଇ ବର୍ଷ ପୂର୍ବରୁ ମହିଳା ନିଜ ବାପ ଘରକୁ ଆସି ରହିବାକୁ ଲାଗିଥିଲେ । ଏହି ସମୟ ମଧ୍ୟରେ ଅମନଦୀପ ପଡ଼ୋଶୀ ଜତିନ୍ଦର ସିଂହଙ୍କ ସହ ଶାରୀରିକ ସଂପର୍କ ରଖିବା ଆରମ୍ଭ କରିଥିଲେ । ଯାହା ପରେ ମହିଳା ଗର୍ଭବତୀ ହୋଇ ଯାଇଥିଲେ । ପୁଅ ହେଲେ ରଖିବା ଏବଂ ଝିଅ ହେଲେ ତୁରନ୍ତ ଫିଙ୍ଗିଦେବା ବୋଲି ଅମନଦୀପ ଏବଂ ଜତିନ୍ଦର ନିଷ୍ପତି ନେଇଥିଲେ । କିନ୍ତୁ ପ୍ରସବ ପରେ ଶିଶୁକନ୍ୟା ଜନ୍ମ ହେବାରୁ ଦୁହେଁ ତାକୁ ନାଳିରେ ଫିଙ୍ଗି ଦେଇଥିଲେ । ନବଜାତର ମୃତ ଦେହକୁ ଉଦ୍ଧାର କରିବା ପରେ ଅଭିଯୁକ୍ତ ଅମନଦୀପ୍‌ ଏବଂ ଜତିନ୍ଦରଙ୍କ ପାଖରେ ଯାଇ ପହଞ୍ଚିଥିଲା ପୁଲିସ । ଏବେ ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଥିବା ଜଣାପଡ଼ିଛି ।