ନଭେମ୍ବର ୧୪ରେ ମୟୁରଭଞ୍ଜରେ କଂଗ୍ରେସର ଜନଜାଗରଣ ଯାତ୍ରା

ଭୁବନେଶ୍ୱର : ବାଲେଶ୍ୱର ପରେ ଏଥର କଂଗ୍ରେସର ଫୋକସରେ ମୟୁରଭଞ୍ଜ । ସଂଗଠନକୁ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟ ନେଇ କଂଗ୍ରେସ ପକ୍ଷରୁ ଆଗାମୀ ନଭେମ୍ବର ୧୪ରେ ଜନଜାଗରଣ ଯାତ୍ରା କରାଯାଉଛି। ମୟୁରଭଞ୍ଜ ଜିଲ୍ଲାରେ ଏହି ଯାତ୍ରା ଅନୁଷ୍ଠିତ ହେବ ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଜାଗରଣଯାତ୍ରା କରାଯିବ । ତାହା ସହ ଏକ ବଡ ସଭାମଧ୍ୟ ହେବ । ଏଥିରେ ପିସିସି ସଭାପତିଙ୍କ ସହ ଦଳର ବରିଷ୍ଟ ନେତା ଓ କେନ୍ଦ୍ରୀୟ ନେତୃତ୍ୱ ଯୋଗଦେବେ । ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଁଚାଇବାକୁ ଜନଜାଗରଣ ଯାତ୍ରା ଆୟୋଜନ କରୁଛି କଂଗ୍ରେସ । ପ୍ରଥମେ ବାଲେଶ୍ୱରରୁ ଆରମ୍ଭ ହୋଇଥିବା କଂଗ୍ରେସର ଜନ ଜାଗରଣ ଯାତ୍ରାକୁ ସଫଳତା ମିଳିବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ମୟୁରଭଞ୍ଜରେ ଦଳ ଜାଗରଣ ଯାତ୍ରା କରିବାକୁ ନିଷ୍ପତି ନେଇଛି ।