ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିଜୁଳି ବିଲ୍‍ ଛାଡ଼୍‍ ଗ୍ୟାରେଣ୍ଟି ବିଜେପି ଦଳକୁ ସକ୍‍ ଦେଇଛି: ପାଣ୍ଡିଆନ

ବାଙ୍କୀରେ କାର୍ତ୍ତିକଙ୍କ କ୍ୟାମ୍ପେନ୍‍

ଭୁବନେଶ୍ୱର(ବ୍ୟୁରୋ):ଆଜି ବାଙ୍କୀରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର  କ୍ୟାମ୍ପେନ୍‍ ହୋଇଛି । ଏହି ସମୟରେ ସେ କହିଛନ୍ତି ଯେ, ଓଡ଼ିଶାକୁ ୧୦୦ ବର୍ଷ ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ଦିନରାତି କାମ କରୁଛନ୍ତି । ନୂଆ ଓଡ଼ିଶାରେ ବାଙ୍କୀରେ ହେବ ମେଟ୍ରୋ ରେଳ, ଏ ମାଟିର ପରିଚୟ ଉଜ୍ୱଳ ହେବ ।

ଯଦି ରାଜ୍ୟରେ  ବିଜେପି ଦଳ ଆସିବ ତେବେ ଓଡିଶାକୁ ୨୫ ବର୍ଷ ପଛକୁ ନେଇଯିବ ।ପ୍ରଭାତ ତ୍ରିପାଠୀ ଏ ଅଞ୍ଚଳର ବହୁତ ସମ୍ମାନିତ ନେତା, ମୁଁ ତାଙ୍କୁ ବହୁତ ସମ୍ମାନ ଦିଏ।ଦଳର ସଂକଟ ସମୟରେ ସେ ଦଳ ପାଇଁ ଖୁବ୍‍ କାମ କରିଛନ୍ତି, ସହାୟତା କରିଛନ୍ତି।ଆପଣଙ୍କ ସାଂସଦ ପ୍ରାର୍ଥୀ ବଡ଼ ଚାକିରି ଛାଡ଼ି ଆସିଛନ୍ତି, କେବଳ ସେବା କରିବା ପାଇଁ ଆସିଛନ୍ତି । ଆପଣଙ୍କ ସେବା କରିବେ, ଏ ଅଞ୍ଚଳକୁ ପୁଞ୍ଜି ଆଣିବେ, ଯୁବପୀଢ଼ିଙ୍କୁ ରୋଜଗାର ଦେବେ ।

ଦେବୀ ରଞ୍ଜନ ତ୍ରିପାଠୀ ଛାତ୍ର ସମାଜର ସେନାପତି, ସେ ଆପଣଙ୍କ ଅଞ୍ଚଳର ଯୁବ ସମାଜର ନେତୃତ୍ୱ ନେଇଛନ୍ତି ଏ ଦୁଇ ସେନାପତିଙ୍କୁ ଆପଣ ୨୫ ତାରିଖରେ ୫୦ ହଜାର ଭୋଟରେ ଜିତାନ୍ତୁ ।

ଆପଣଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ ଜୁନ ୯ ତାରିଖରେ ଦାୟିତ୍ୱ ନେବେ ।ପ୍ରଥମ ଦସ୍ତଖତରେ ଆପଣଙ୍କ ବିଜୁଳି ବିଲ୍‍ ଛାଡ଼୍‍ କରିବେ, ଜୁଲାଇ ମାସରୁ ବିଜୁଳି ବିଲ୍‍ ଆସିବ ନାହିଁ, ୯୦ ପ୍ରତିଶତ ପରିବାର ଉପକାର ପାଇବେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିଜୁଳି ବିଲ୍‍ ଛାଡ଼୍‍ ଗ୍ୟାରେଣ୍ଟି ବିଜେପି ଦଳକୁ ସକ୍‍ ଦେଇଛି ।

ତେଣୁ ସେମାନେ ମଧ୍ୟ ସୋଲାର ପ୍ୟାନେଲ ଜରିଆରେ ମାଗଣା ବିଜୁଳି ଦେବେ ବୋଲି କହୁଛନ୍ତି।ଆପଣ ଜାଣିଛନ୍ତି ? ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଜମା କରିବାକୁ ପଡ଼ିବ, ତା’ପରେ ଆପଣ ସୂର୍ଯ୍ୟକିରଣରୁ ପାଇବେ ବିଜୁଳି, ବିଜେପି ଆପଣଙ୍କୁ ଦିନରେ ଲଣ୍ଠନ ଦେଖାଉଛି ।ବିଜେପି ଦଳ ୧୦ ବର୍ଷ କ୍ଷମତାରେ ରହିଲେ,LPG ପେଟ୍ରୋଲ, ଡିଜେଲ ଦର ବଢ଼ି ଚାଲିଲା ।ଏଲ୍‍.ପି.ଜି ଦର ଯୋଗୁଁ ମା’ମାନେ କାନ୍ଦୁଛନ୍ତି, ସେମାନେ କିଛି ଶୁଣିଲେ କି ? କିଛି କଲେ କି ?