ଭୁବନେଶ୍ବର : ପୁଣି ବର୍ଷିବ । ଜୁଲାଇ ୨୯ରୁ ହେବ ବର୍ଷା । ଏମିତି ପୂର୍ବାନୁମାନ କରିଛି ପାଣି ପାଗ ବିଭାଗ । ୨୯ ତାରିଖରେ ଉତ୍ତର ଓଡିଶା ଓ ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଏକ ଘୂଣ୍ଣି ବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା କ୍ରମଶ ଘନିଭୂତ ହୋଇ ଲଘୁଚାପ ରୂପ ନେବ ବୋଲି କହିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ରାଜ୍ୟ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଜୁଲାଇ ୨୯ରୁ ଅଗଷ୍ଟ ୨ ଯାଏ ବର୍ଷା ହେବ । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି। ବିଶେଷ କରି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଢେଙ୍କାନାଳ ଓ ଅନୁଗୁଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବାକି ଜିଲ୍ଲା ଗୁଡ଼ିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆକଳନ କରିଛନ୍ତି।