ଭୁବନେଶ୍ୱର : ରାଜ୍ୟରେ ୨୦୧୮-୧୯ ବର୍ଷରେ ୧୯ଟି ଡାଏଲିସିସ ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି । ଖୁବ ଶିଘ୍ର ଆଉ ୭ଟି ଡାଏଲିସିସ ସେଣ୍ଟର କାର୍ଯ୍ୟକ୍ଷମ ହେବ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି । ଏହା ସହ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଗୁରୁବାର ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପିପିପି ମୋଡରେ ଗୁରୁବାର ଏକ ଡାଏଲିସିସ୍ କେନ୍ଦ୍ର କାର୍ୟ୍ୟକ୍ଷମ କରାଯାଇଛି।
ପୂର୍ବରୁ ୧୭ଟି ଜିଲା ମୁଖ୍ୟ ଚିକିତ୍ସାଳୟ ଓ ୧ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହି କେନ୍ଦ୍ର ଗୁଡ଼ିକ ପିପିପି ମୋଡରେ କାର୍ୟ୍ୟ କରୁଛି। ଏଠାରେ ବିନା ମୂଲ୍ୟରେ ରୋଗୀ ଚିହ୍ନଟ, ଡାକ୍ତରୀ ପରୀକ୍ଷା ଓ ଚିକିତ୍ସା ସୁବିଧା ସହ ମାଗଣା ଡାଏଲିସିସ୍ ସୁବିଧା ଉପଲବ୍ଧ ହେଉଛି। ଚଳିତ ବର୍ଷ ବୃକକ୍ ଜନିତ ରୋଗରେ ଆକ୍ରାନ୍ତ ୨୮୬୬୫ ଥର ଡାଏଲିସିସ୍ କରାଯାଇଥିବା ଜେନା ସୂଚନା ଦେଇଛନ୍ତି।