ଶାରୀରିକ ସଂପର୍କ ରଖିବାକୁ ରାଜି ନହେବାରୁ ବିବାହିତା ଛାତ୍ରୀଙ୍କୁ ହତ୍ୟା କଲା ଶିକ୍ଷକ

ସାଙ୍ଗଲି : କ୍ଲାସ ରୁମରେ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ ଶିକ୍ଷକ । ଛାତ୍ରୀଙ୍କୁ ପ୍ରେମ କରୁଥିଲେ ଶିକ୍ଷକ । ହେଲେ ଛାତ୍ରୀ ବିବାହ କରିଗଲେ । ବିବାହ ପରେ ବି ତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ ଶିକ୍ଷକ । ହେଲେ ପୂର୍ବତନ ପ୍ରେମକା ଛାତ୍ରୀ ଜଣଙ୍କ ଏଥିରେ ରାଜି ହୋଇ ନଥିଲେ । ତେଣୁ କ୍ଲାସରୁମରେ ଜବର ଦସ୍ତ ନିଜ ପୂର୍ବତନ ପ୍ରେମିକା ଥିବା ଛାତ୍ରୀଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ଉଦ୍ୟମ କରିଥିଲେ । ହେଲେ ଛାତ୍ରୀ ଜଣଙ୍କ ବିବାହ କରି ସାରିଛନ୍ତି ବୋଲି କହିବା ସହ ରାଜି ହୋଇନଥିଲେ । ଶିକ୍ଷକ ଉତକ୍ଷିପ୍ତ ହୋଇ ଛାତ୍ରୀଙ୍କୁ ହତ୍ୟା କରିଥିଲା ।
ମହାରାଷ୍ଟ୍ର ସାଙ୍ଗଲିରେ ଜଣେ ଶିକ୍ଷକ ଜଣେ ଛାତ୍ରୀଙ୍କୁ କ୍ଲାସରୁମ କାନ୍ଥରେ ମୁଣ୍ଡ ପିଟି ହତ୍ୟା କରିଥିବା ଘଟଣା ସାମ୍ନା ଆସିଛି । ତଦନ୍ତରୁ ଜଣାପଡିଛି ଯେ, ଶିକ୍ଷକ ଜଣକ ଛାତ୍ରୀଙ୍କୁ ଜୋର ଜବରଦସ୍ତ ନିଜ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ  । ତେବେ ଛାତ୍ରୀ ଜଣକ ମନା କରିଦେବାରୁ ଶିକ୍ଷକ ଉତକ୍ଷିପ୍ତ ହୋଇ ଛାତ୍ରୀଙ୍କୁ ହତ୍ୟା କରିଥିଲା ।

ସୂଚନାଯୋଗ୍ୟ ଯେ, ସାଙ୍ଗଲି ଅନ୍ତର୍ଗତ ଶାନ୍ତିନିକେତନ ଓପନ ୟୁନିଭର୍ସିଟିରେ ସ୍ନାତକ କରୁଥିଲେ ଛାତ୍ରୀ ଜ୍ଝ ଛାତ୍ରୀଙ୍କ ନାଁ ବୈଶାଳୀ । ବୈଶାଳୀଙ୍କ ବିବାହ ହୋଇସାରିଥିଲା ଜ୍ଝ ହତ୍ୟାକାରୀ ଶିକ୍ଷକ ଋଷିକେଶ ମୋହନ ବୈଶାଳୀଙ୍କ ପୂର୍ବତନ ପ୍ରେମିକ ଥିଲେ । ଉଭୟ ଋଷିକେଶ ଏବଂ ବୈଶାଳୀ ଗୋଟିଏ ଗାଁରେ ରହୁଥିଲେ । ବିବାହ ପୂର୍ବରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା  । କିନ୍ତୁ କୌଣସି କାରଣବଶତଃ ଉଭୟଙ୍କ ବିବାହ ହୋଇନଥିଲା  । ବୈଶାଳୀ ବିବାହ ପରେ ସ୍ନାତକ କରୁଥିଲେ । ଋଷିକେଶ ସେହି କଲେଜରେ ପାଠ ପଢାଉଥିଲେ ଜ୍ଝ ବାହାଘର ପରେ ମଧ୍ୟ ଋଷିକେଏଶ ବୈଶାଳୀଙ୍କୁ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲା । କିନ୍ତୁ ବୈଶାଳୀ ଏଥିରେ ରାଜି ହେଉନଥିଲେ  । ବୁଧବାର ଦିନ ଋଷିକେଶ ବୈଶାଳୀଙ୍କୁ କ୍ଲାସରୁମ ଏକା ଦେଖି ତାଙ୍କ ସହ ଜୋର ଜବରଦସ୍ତି ଶାରୀରିକ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରିଥିଲା କିନ୍ତୁ ବୈଶାଳୀ ଅରାଜି

ହେବାରୁ ସେ କ୍ଲାସରୁମ କାନ୍ଥରେ ବୈଶାଳୀଙ୍କ ମୁଣ୍ଡକୁ ପିଟି ଦେଇଥିଲା ଜ୍ଝ ଘଟଣାସ୍ଥଳରେ ହିଁ ବୈଶାଳୀଙ୍କ ମୃତ୍ୟୁ ହୋଇଯାଇଥିଲା ।
ପୋଲିସ ବୈଶାଳୀଙ୍କ ମୃତଦେହ କ୍ଲାସରୁମରୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପୋଲିସ ଋଷିକେଶକୁ ଗିରଫ କରିଛି । ପୋଲିସ କଲେଜର ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରିଥିଲା । ଘଟଣା ଘଟିଥିବା ସମୟରେ ଋଷିକେଶ କ୍ଲାସରୁମ ଭିତରେ ପ୍ରବେଶ କରିଥିବା ପୋଲିସ ସିସିଟିଭିରେ ଦେଖିଥିଲା ।

ନବମ ଶ୍ରେଣୀ ପୁଅ ମିସଙ୍କୁ ଲେଖିଲା ପ୍ରେମ ଚିଠି,ସ୍କୁଲରୁ ତଡିଦେଲେ ପ୍ରଧାନ ଶିକ୍ଷକ, ଶିକ୍ଷାମନ୍ତ୍ରୀଙ୍କୁ ଚିଠିଲେଖିଲେ ପୁଅର ବାପା