‘ଫନି’ ପାଇଁ ପ୍ରସ୍ତୁତ ଅଛନ୍ତି ଏନଡିଆରଏଫର ୨୮ଟି ଟିମ୍

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ଓଡିଶା ମୁହାଁ ହେବାରେ ଲାଗିଛି। ଏହା ଧିରେ ଧିରେ ତାଣ୍ଡବ ରୂପ ଧାରଣ କରୁଛି। ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଗଲାଣି। ତେବେ ‘ଫନି’ ପୁରୀ ଠାରୁ ୪୩୦ କିମି ଦୂରରେ ରହିଛି। ଏହାର ମୁକାବିଲା ପାଇଁ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି। ତେବେ ଗୁରୁବାର ପ୍ରାୟ ୧୧ଟା ୩୦ମିନିଟ୍‌ ସୁଦ୍ଧା ୧୧ଟି ଜିଲାର ୨୫,୪୨୫ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ମୋଟ ପ୍ରାୟ ସାଢେ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା କରାଯାଇଛି। ଫନି ପ୍ରଭାବିତ ହେବାକୁ ଥିବା ୧୩ଟି ଜିଲାର ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ। ବିଭିନ୍ନ ଜିଲାରେ ୩୦୦୧ଟି ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ କହିଛି।। ବିଶେଷ କରି ମହିଳା, ବୃଦ୍ଧା, ଦିବ୍ୟାଙ୍ଗ ଓ ଶିଶୁଙ୍କ ଉପରେ ନଜର ରଖାଯାଇଛି। ଗଜପତିରେ ସବୁଠାରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ୫ ଲକ୍ଷ ୯୭ ହଜାର ପଲିଥିନ ମହଜୁଦ ରହିଛି। ବାତ୍ୟା ପ୍ରଭାବି ଲୋକଙ୍କ ପାଇଁ ୧ ଲକ୍ଷ ଫୁଡ୍‌ ପ୍ୟାକେଟ ପ୍ରସ୍ତୁତ ହେଉଛି। ଆବଶ୍ୟକ ପଡିଲେ ଲୋକଙ୍କ ପାଖକୁ ଏୟାରଡ୍ରପିଂ ଖାଦ୍ୟ ଯୋଗାଇ ଦିଆଯିବ। ‘ଫନି’ ପାଇଁ ଏନଡିଆରଏଫର ୨୮ଟି ଟିମ୍ ପ୍ରସ୍ତୁତ ରହିଛନ୍ତି।