ବ୍ରହ୍ମପୁର ଓ ଗୋପାଳପୁରରେ ଆରମ୍ଭ ହେଲା ବର୍ଷା ପବନ

ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ‘ଫନି’ ପ୍ରଭାବରେ ବ୍ରହ୍ମପୁର ଏବଂ ଗୋପାଳପୁରରେ ବର୍ଷା ଓ ପବନ ଆରମ୍ଭ ହୋଇଯାଇଛି। ବାତ୍ୟା ସମୟରେ କୌଣସି ଲୋକ କଚାଘରେ ନ ରହିବାକୁ ଗଞ୍ଜାମ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।
ଗୁରୁବାର ସକାଳ ୧୦ଟା ସୁଦ୍ଧା ୯୮୧୫୭ ଜଣ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରଣ କରାଯାଇଛି।