ଆଜି ସଂଧ୍ୟାରେ ଘୋଷଣା ହେବ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍

ମୁମ୍ବାଇ:ଆଜି ଅର୍ଥାତ ଅଗଷ୍ଟ ୧୬କୁ ଭାରତୀୟ କ୍ରିକେଟ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଦିନ ବୋଲି କୁହାଯାଉଛି । କାରଣ ଆଜି ଦଳକୁ ନୂଆ କୋଚ ମିଳିବେ । ଏହାସହ ସହଯୋଗୀ ଷ୍ଟାଫ ବାବଦରେ ମଧ୍ୟ ଆଜି ଘୋଷଣା କରାଯିବ । ବିସିସିଆଇ ଏନେଇ ଟ୍ୱିଟ କରି ସୂଚନା ଦେଇଛି । ଆଜି ସଂଧ୍ୟା ୭ଟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଔପଚାରିକ ଭାବେ ଘୋଷଣା କରାଯିବ  ।

ଖବର ମୁତାବକ, ଟିମ ଇଣ୍ଡିଆର ମହାନ ବ୍ୟାଟସମ୍ୟାନ କପିଲ ଦେବଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ଦଳର ମୁଖ୍ୟ କୋଚ୍, ବ୍ୟାଟିଂ କୋଚ୍, ବୋଲିଂ କୋଚ ଓ ଫିଲ୍ଡିଂ କୋଚଙ୍କ ନାମ ଘୋଷଣା କରିବେ । ତେବେ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଖବର ଅନୁସାରେ ରବି ଶାସ୍ତ୍ରୀ ହିଁ ଦଳର କୋଚ ଭାବେ ପୁନଃ ନିଯୁକ୍ତି ପାଇବେ । କିନ୍ତୁ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ କୋଚରେ ପରିବର୍ତନ ହୋଇପାରେ ।