ଇସ୍ତଫା ଦେଲେ ଆଇଏଏସ୍ ଗଗନ ଧଳ

ଭୁବନେଶ୍ୱର :ବରିଷ୍ଠ ଆଇଏଏସ୍ ଗଗନ ଧଳ ଆଜି ଚାକିରୀରୁ ଇସ୍ତଫା ଦେଇଛନ୍ତି । ସେ ୧୯୮୫ ବ୍ୟାଚର ବରିଷ୍ଠ ଆଇଏଏସ୍ ଅଫିସର । ଗଗନ କୃଷି ଉତ୍ପାଦନ କମିଶନର ଭାବେ କାର୍ଯ୍ୟରତ ଥିଲେ । 

ଏବେ ଗଗନଙ୍କ ସ୍ଥାନରେ ପ୍ରଦୀପ୍ତ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି । ୨୦୨୦ ଜାନୁଆରୀରେ ଗଗନ ଅବସର ନେଇଥାନ୍ତେ । ତେବେ କାର୍ଯ୍ୟକାଳ ସରିବା ପୂର୍ବରୁ ସେ ପଦବୀରୁ ଅବ୍ୟାହାତ ନେଇଛନ୍ତି । 

ଉଲ୍ଲେଖଯୋଗ୍ୟ, ଗତକାଲି ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ ହୋଇଥିଲା । ପ୍ରଦୀପ୍ତ ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ନିଯୁକ୍ତି ମିଳିଛି ।