ଜିଲ୍ଲାପାଳଙ୍କୁ ଯୋଗାଣ ବିଭାଗର ଚିଠି, ମାସ୍କ ଓ ସାନିଟାଇଜର ଉପରେ ରଖ କଡା ନଜର

ଭୁବନେଶ୍ୱର: ମାସ୍କ ଓ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବରେ ଘୋଷଣା କରିଛନ୍ତି ସରକାର। କେନ୍ଦ୍ର ସରକାରଙ୍କ ନିଷ୍ପତି ପରେ ରାଜ୍ୟ ଯୋଗାଣ ବିଭାଗ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି।

ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ବିଭାଗ। ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅନୁଯାୟୀ ଜୁନ ୩୦ ପର୍ଯ୍ୟନ୍ତ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଘୋଷଣା କରାଯାଇଛି । ଏହାର ଅଭାବୀ ବିକ୍ରି ଏବଂ କଳାବଜାରୀକୁ ଦୃଢହସ୍ତରେ ଦମନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଥାଉକି, ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅନ୍ତର୍ଗତ ଯଥେଷ୍ଟ ପରିମାଣରେ ଏସବୁ ସାମଗ୍ରୀ ମହଜୁଦ କରିବା ଲାଗି ରାଜ୍ୟଗୁଡିକ ଉତ୍ପାଦକାରୀ କମ୍ପାନୀଗୁଡିକୁ ଦେଇପାରିବେ ନିର୍ଦ୍ଦେଶ । ଉତ୍ପାଦନ, ବଂଟନ, ଗୁଣବତା ଉପରେ ରହିବ ସରକାରୀ ନିୟନ୍ତ୍ରଣ।