କୋରୋନା ପ୍ରଭାବରେ ରାଜ୍ୟରେ କୋଚିଂ ସେଂଟର ବନ୍ଦ

ଭୁବନେଶ୍ୱର: ଏଣିକି କୋରୋନା ପାଇଁ ପାଠପଢା ସହ ବନ୍ଦ ହେବ ଡ୍ୟାନ୍ସ । କାରଣ କୋରୋନା କବଳରୁ ମୁକ୍ତି ପାଇଁ ରାଜ୍ୟରେ କୋଚିଂ ସେଂଟର ସହ ବନ୍ଦ ହେବ ଡ୍ୟାନ୍ସ କ୍ଲାସ । ନିକଟରେ ରାଜ୍ୟ ସରକାର କୋରୋନାକୁ ରାଜ୍ୟ ପାଇଁ ବିଜ୍ଞପିତ ବିପର୍ଯ୍ୟୟ ଘୋଷଣା କରି ଆସନ୍ତା ୩୧ ମାର୍ଚ୍ଚ ଯାଏଁ ବନ୍ଦ କରିଛନ୍ତି ସମସ୍ତ ସ୍କୁଲ କଲେଜ । ଏହି ଆଧାରରେ ରବିବାରଠାରୁ ସମସ୍ତ କୋଚିଂ ସେଂଟର ଓ ଡ୍ୟାନ୍ସ କ୍ଲାସ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି ।

ଟ୍ୱିଟ ଯୋଗେ ଏନେଇ ସୂଚନା ଦେଇଛନ୍ତି କମିଶନରେଟ ପୋଲିସ ଡ଼ଃ ସୁଧାଂଶୁ ଷଡଙ୍ଗୀ । ସେହିପରି ସମସ୍ତ ସ୍ଥାନକୁ ଅଥବା ଏକତ୍ରିତ ହେଉଥିବା ସ୍ଥାନକୁ ଛୋଟ ପିଲାଙ୍କୁ ନ ପଠାଇବାକୁ ପୋଲିସ କମିସନର ଟ୍ୱିଟର ଜରିଆରେ ପରାମର୍ଶ ଦେଇଛନ୍ତି ।