ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ୭୩ ତମ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ ସହ ଅଭିବାଦନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଅବସରରେ ସେ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କରିଛନ୍ତି । ଦେଶ ପାଇଁ ସେମାନଙ୍କ ତ୍ୟାଗ, ବଳିଦାନକୁ ମନେ ପକାଇଛନ୍ତି ।  ରାଜ୍ୟବାସୀଙ୍କୁ ଉଦ୍ ବୋଧନ ଦେଇ କହିଛନ୍ତି,“ ମହତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ସାରା ଦେଶ ପାଳନ କରିବ। 5Tକୁ ଭିତ୍ତି କରି ରାଜ୍ୟ ସରକାର କାମ କରୁଛନ୍ତି । ଆମର ପ୍ରତ୍ୟେକ କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ ସାଧାରଣ ଲୋକେ। ସାଧାରଣ ଲୋକଙ୍କ ମତାମତ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ”।

ଲୋକଙ୍କ ଟଙ୍କାରେ ସରକାର ଚାଲିଛି । ମୁଁ ଲୋକଙ୍କୁ ଫୋନ କରିବ । ଥାନା ଓ ତହସିଲ ଅଫିସକୁ କଲ କରିବି । ଅଭିଯୋଗ କଲେ ଲୋକଙ୍କୁ ୪୮ଘଣ୍ଟା ମଧ୍ୟରେ ବିଜୁଳି ଯୋଗାଇ ଦିଆଯିବ । ମୁଁ ଆଉ ମୋ ମନ୍ତ୍ରୀ ମାନେ ଲୋକଙ୍କ ପାଖକୁ ଯିବେ । ୫ଟି ମନ୍ତ୍ର ପାଇଁ ମୁଁ ଆଉ ମନ୍ତ୍ରୀ , ଅଫିସର ପୋଲିସ ସମସ୍ତେ କାର୍ଯ୍ୟ କରିବେ । ସମ୍ବାଧାନରେ ଅହିଂଶା ଶବ୍ଦ ଯୋଡିବାକୁ ମୋର ଅନୁରୋଧ । ଏହି ଅବସରରେ ମହାପୁରୁଷଙ୍କୁ ମଧ୍ୟ ମନେ ପକାଇଛନ୍ତି ନବୀନ । ୫ଟି ପ୍ରଥମେ ତହସିଲ ଅଫିସ ଓ ପୋଲିସ ଷ୍ଟେସନରେ ଲାଗୁ ହେବ । ଯେଉଁ ମାନଙ୍କ ଏଫଆଇଆର ରଖାଯାଇନାହିଁ ସେମାନେ ମଧ୍ୟ ମୁଖ୍ୟମନ୍ତ୍ରୀ , ମନ୍ତ୍ରୀ ଅଫିସରଙ୍କୁ ସିଧା କଲ କରିବେ ।

ଆଜିଠୁ ଲୋକଙ୍କ ପାଖକୁ ମୁଖ୍ୟମନ୍ତ୍ରୀଙ୍କ କଲ୍ ଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।  ପ୍ରଥମ ଥର ପାଇଁ ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହୋଇଛି । ଉତ୍ସବ ସ୍ଥଳରେ ୧୦ ହଜାର ଦର୍ଶକଙ୍କ ବସିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ହଜାର ହଜାର ଦର୍ଶକ ଯୋଗ ଦେଇଥିଲେ । କିନ୍ତୁ ଚଳିତ ବର୍ଷ ଚିତାକର୍ଷକ ପରେଡ୍ ହୋଇନାହିଁ ।