ଲାଲକିଲ୍ଲାରେ ତ୍ରିରଙ୍ଗା ଉଡାଇଲେ ପ୍ରଧାନମନ୍ତ୍ରୀ

ପରିବାରକୁ ଛୋଟ ରଖିବା ଦେଶଭକ୍ତି ସହ ସମାନ

ନୂଆଦିଲ୍ଲୀ : ସାରା ଦେଶ ପାଳୁଛି ୭୩ତମ ସ୍ବାଧୀନତା ଦିବସ । ଦିଲ୍ଲୀରୁ ପଲ୍ଲୀ ସବୁଠି ଫରଫର ଉଡୁଛି ତ୍ରୀରଙ୍ଗା ।  ଲାଲକିଲ୍ଲାରେ ତ୍ରିରଙ୍ଗା ଉଡାଇଲେ ପ୍ରଧାନମନ୍ତ୍ରୀ । ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦି ଅଭିଭାଷଣ ଦେଇଛନ୍ତି । ରାଜନୀତି ଆସିବ, ଯିବ କିନ୍ତୁ ଦେଶର ସ୍ୱାର୍ଥ ନିମିତ୍ତ ନିଆଯାଇଥିବା ପଦକ୍ଷେପ ସବୁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ୭୩ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀର ଉପରେ ଜାତୀୟ ପତାକା ଉତ୍ତୋଳନ କରି କହିଛନ୍ତି । 

‘ତିନି ସେନାର ମୁଖ୍ୟ ହେବେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍’ । ତିନି ସେନା ମିଳିତ ଭାବରେ ଲଢିବା ଜରୁରୀ । ପାକିସ୍ତାନର ନାଁ ନନେଇ ଟାର୍ଗେଟ୍ କଲେ ପ୍ରଧାନମନ୍ତ୍ରୀ । ଆତଙ୍କ ପ୍ରୋତ୍ସାହନକାରୀଙ୍କୁ କଡା ଜବାବ ଦେବ ଭାରତ । ଭ୍ରଷ୍ଟାଚାର ରୋଗର ମୂଳତ୍ପାଟନ ଅତି ଜରୁରୀ । ପରିବାରକୁ ଛୋଟ ରଖିବା ଦେଶଭକ୍ତି ସହ ସମାନ । ସବୁ ଘରକୁ ପାଣି ଯୋଜନାର ଘୋଷଣା କଲେ ମୋଦି । ଜଳ ମିଶନ ପାଇଁ ୩.୫ଲକ୍ଷ କୋଟି ବ୍ୟୟ ବରାଦ ଲକ୍ଷ୍ୟ ରଖାଯାଇଛି । ଧରିତ୍ରୀ ମାଆକୁ ବରବାଦ କରିବା ଅଧିକାର ନାହିଁ ।  ଡିଜିଟାଲ ପେମେଣ୍ଟକୁ ହଁ, ନଗଦକୁ ନା । ସାରା ବିଶ୍ବ ଆମ ସହ ବାଣିଜ୍ୟ କରିବାକୁ ଆଗ୍ରହୀ । ନୂଆ ସରକାର ୭୦ଦିନରେ ଧାରା ୩୭୦ ହଟାଇଛନ୍ତି ।

ଏବେ ଗୋଟିଏ ଦେଶ-ଗୋଟିଏ ସମ୍ବିଧାନ କହିପାରିବା ।୭୦ବର୍ଷରେ ଦେଶର ଅର୍ଥନୀତି ୨ଟ୍ରିଲିଅନ ଛୁଇଁଥିଲା । ୫ବର୍ଷରେ ଆମେ ୨ରୁ ୩ଟ୍ରିଲିଅନ ଲକ୍ଷ୍ୟ ହାସଲ କରିଛୁ । ଦେଶ ସହଯୋଗ କଲେ ୫ଟ୍ରିଲିଅନ ସ୍ବପ୍ନ ପୂରଣ ହେବ । ତିନି ତଲାକରୁ ମୁସଲିମ ମହିଳାଙ୍କୁ ମୁକ୍ତି ମିଳିଛି ।  GST ଦ୍ବାରା ଗୋଟିଏ ଦେଶ-ଗୋଟିଏ ଟାକ୍ସ ସ୍ବପ୍ନ ପୂରଣ । ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ନେଇ ଚର୍ଚ୍ଚା ଜରୁରୀ । ଆସନ୍ତା ୫ବର୍ଷ ଲୋକଙ୍କ ସ୍ବପ୍ନ ପୂରଣ କରିବାର ସମୟ ବୋଲି ମୋଦି କହିଛନ୍ତି । ୭୩ତମ ସ୍ୱାଧୀନତା ଦିବସ ଅବସର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଷଷ୍ଠ ଥର ଲାଲ୍ କିଲ୍ଲାରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଛନ୍ତି ମୋଦି । ଏହା ପୂର୍ବରୁ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି