ଲକଡାଉନ କଟକଣା ମୁକ୍ତ ହେଲା ସିବିଏସଇ ପରୀକ୍ଷା

ନୂଆଦିଲ୍ଲୀ : ସିବିଏସଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପରୀକ୍ଷା ପାଇଁ ଅନୁମତି ଦେଲା କେନ୍ଦ୍ର ଗୃହମନ୍ତ୍ରଣାଳୟ । କେନ୍ଦ୍ର ସରକାର ସିବିଏସଇ ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷାକୁ ଲକଡାଉନ କଟକଣାରୁ ମୁକ୍ତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଛାତ୍ରଛାତ୍ରୀମାଙ୍କ ସାମଗ୍ରୀକ ସ୍ବାର୍ଥକୁ ନଜରରେ ରଖି ପରୀକ୍ଷା ପାଇଁ ଅନୁମତି ଦିଆଯାଇଛି ବୋଲି କେନ୍ଦ୍ର  ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି ।

ସବୁଠାରୁୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି, ପରୀକ୍ଷା ଆୟୋଜନ ବେଳେ ସମସ୍ତ ପ୍ରକାରର ନିୟମାବଳୀ ଯଥା ସୋସିଆଲ ଡିଷ୍ଟାନ୍ସିଂ ଓ ମାସ୍କ, ହାତଧୋଇବା ଆଦିକୁ ପାଳନ କରାଯିବ । ମନ୍ତ୍ରାଳୟର ଏହି ନିଷ୍ପତ୍ତି ପାଳନ କରିବାକୁ କେନ୍ଦ୍ର ଗୃହ ସଚିବ  ଅଜୟ ଭଲ୍ଲା ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ପତ୍ର ଲେଖିଛନ୍ତି । ଏହି ପତ୍ରରେ  ସେ ଲେଖିଛନ୍ତି ଯେ, ପରୀକ୍ଷା ଆୟୋଜନ ବେଳେ ଉଭୟ ଛାତ୍ରଛାତ୍ରୀ ଓ ପରୀକ୍ଷକମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ ।

ସେହିପରି ପରୀକ୍ଷା କେନ୍ଦ୍ରରେ ସାନିଟାଇଜର,  ହାଣ୍ଡଓ୍ବାସ ରହିବ । ପୁଣି ପରୀକ୍ଷାକେନ୍ଦ୍ରରେ ପ୍ରବେଶ କରିବା ବେଳେ ଥର୍ମାଲ ସ୍କାନରର ଉପଯୋଗ କରି ଯାଞ୍ଚ କରାଯିବ । ଆହୁରି ମଧ୍ୟ ପରୀକ୍ଷାକେନ୍ଦ୍ରକୁ ଛାତ୍ରଛାତ୍ରୀଙ୍କୁ ଆଣିବାକୁ ପ୍ରଶାସନ ପକ୍ଷରୁ ବସର  ଆୟୋଜନ କରାଯିବ । କେନ୍ଦ୍ର ଗୃହ ସଚିବ  ଅଜୟ ଭଲ୍ଲା ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରଣାଳୟ ।