ଭୁବନେଶ୍ୱର: ରାଜ୍ୟରେ ଆଉ ୩୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୩୪୩କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୩୬ଜଣଙ୍କ ମଧ୍ୟରେ ଗଞ୍ଜାମର ୨୩, ଯାଜପୁରର ୫, ମୟୁରଭଞ୍ଜର ୩, ପୁରୀ ଓ ଭଦ୍ରକରୁ ୨, ରାଉରକେଲାରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।