ପରୀ ହତ୍ୟାକାଣ୍ଡ ଘଟଣା : ସତ କହୁଛି କିଏ?ଗୃହରାଷ୍ଟ୍ରମନ୍ତ୍ରୀ ନା ଏସଆଇଟି ମୁଖ୍ୟ -ପ୍ରଦୀପ୍ତ ନାଏକ

ପରୀ ସମେତ ରାଜ୍ୟର ନିଖୋଜ ଶିଶୁମାନଙ୍କୁ ନ୍ୟାୟ ଦେବା “ପରୀକୁ ନ୍ୟାୟ ପାଇଁ ପଦଯାତ୍ରା” ର ଦ୍ୱିତୀୟ ଦିନ

ଭୁବନେଶ୍ୱର : ପରୀ ହତ୍ୟାକାଣ୍ଡ ଘଟଣାରେ ରାଜ୍ୟବ୍ୟାପୀ ଜନଆନ୍ଦୋଳନ ହେଉଥିବା ସମୟରେ ପରୀର ବାପା ମା’ ହତ୍ୟାକାରୀ ବାବୁଲି ନାଏକ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ କହୁଥିବା ସମୟରେ ଏସଆଇଟି ଜଣେ ନାବାଳକକୁ ଗିରଫ କରିଛି । ପରୀ ହତ୍ୟାକାଣ୍ଡ ସଂପର୍କରେ ବିଧାନସଭାରେ ବିରୋଧୀ ଦଳ ପଚାରିବାରୁ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହାକୁ ହତ୍ୟା ବୋଲି ସ୍ୱୀକାର କରିଥିଲେ । ପରୀର ମୃତ ଶରୀରରୁ ଦୁଷ୍କର୍ମ ହୋଇଛି ବୋଲି କୌଣସି ପ୍ରମାଣ ମିଳିପାରିବ ନାହିଁ ବୋଲି ପବିତ୍ର ଗୃହରେ ଗୃହରାଷ୍ଟ୍ର ମନ୍ତ୍ରୀ ଲିଖିତ ଉତର ରଖିଥିଲେ । ଅନ୍ୟପଟେ କୋର୍ଟ ମନିଟରିଂ କରୁନଥିବା ବେଂ ପୋଲିସ କ୍ଷମିତା ନଥିବା ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥା ପରୀର ଦୁଷ୍କର୍ମ ହୋଇଛି ବୋଲି କହିଛନ୍ତି । ତେବେ ଗୃହ ରାଷ୍ଟ୍ରମନ୍ତ୍ରୀ କି ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥାଙ୍କ ମଧ୍ୟରୁ କିଏ ସତ କହୁଛନ୍ତି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ପ୍ରଶ୍ନ କରିଛନ୍ତି ।
ନୟାଗଡଜିଲ୍ଲା ଯଦୁପୁର ଗାଁର ୫ ବର୍ଷୀୟ ଝିଅ ପରୀକୁ ରାଜ୍ୟସରକାର ନ୍ୟାୟ ଦେବାକୁ ଚାହୁଁନାହାଁନ୍ତି । ମୁଖ୍ୟମନ୍ତ୍ରୀଙ୍କ ପାଇଁ ନିରୀହ ନାବାଳିକା ଠୁ ତାଙ୍କ ଦଳର ମନ୍ତ୍ରୀ ହେଉଛନ୍ତି ଗୁରୁତ୍ୱପୂର୍ଣ୍ଣ । ମନ୍ତ୍ରୀ ଅରୁଣସାହୁଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟସରକାର କିଛି ବି ପନ୍ଥା ଆପଣାଇ ପାରନ୍ତି । ରାଜ୍ୟସରକାର ଦୋଷୀକୁ ଦଣ୍ଡ ଦେବା ଅପେକ୍ଷା ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେବା କାର୍ଯ୍ୟରେ ଲାଗିଛନ୍ତି । ବିଭିନ୍ନ ତଦନ୍ତର ଆଳ ଦେଖାଇ ନିର୍ଦ୍ଦୋଷକୁ ଦୋଷୀ କରାଇବାରେ ମାହିର ଏସଆଇଟି ଟିମ୍ ପରୀ ହତ୍ୟାକାଣ୍ଡରେ ଜଣେ ନିରୀହ ଅନୁସୂଚିତ ଜାତିର ନାବାଳକକୁ ଦୋଷୀ ସଜାଇ ଗିରଫ କରିଛି । ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥା ବିଜେଡିର ହାତବାରେସି ସାଜି ଲିପାପୋତା କରି ପରୀ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକ ଏବଂ ତାଙ୍କୁ ସୁରକ୍ଷା ଦେଉଥିବା ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁଙ୍କ ପାଇଁ ସୁରକ୍ଷା କବଚ ସାଜିଛନ୍ତିି ବୋଲି ଶ୍ରୀ ନାଏକ ଅଭିଯୋଗ କରିଛନ୍ତି ।

 ପରୀ ଘଟଣାକୁ ଚପାଇ ଦେବା ପାଇଁ ତଦନ୍ତ ଆଳରେ ଏସଆଇଟି ଯଦୁପୁରରେ କେବଳ ଡ୍ରାମା କରୁଛି
 ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକ ଏବଂ ତାଙ୍କୁ ସୁରକ୍ଷା ଦେଉଥିବା ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁଙ୍କ ପାଇଁ ସୁରକ୍ଷା କବଚ ସାଜିଛନ୍ତିି ଅରୁଣ ବ୍ରୋଥା
 ରାଜ୍ୟସରକାର ଦୋଷୀକୁ ଦଣ୍ଡ ଦେବା ଅପେକ୍ଷା ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେବା କାର୍ଯ୍ୟରେ ଲାଗିଛନ୍ତି
 ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରିବା ସହ ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ
 ଏନସିଆରବି ରିପୋର୍ଟ ଅନୁଯାୟୀ ପ୍ରତିଦିନ ୨ଘଂଟାରେ ଓଡିଶାରେ ନିଖୋଜ ହେଉଛନ୍ତି
 ପ୍ରତିଟି ଶିଶୁକୁ ଉଦ୍ଧାର କରିବା ପାଇଁ ରାଜ୍ୟସରକାର କ’ଣ ଏସଆଇଟି ଗଠନ କରିବେ କି ?
 “ପରୀକୁ ନ୍ୟାୟ ପାଇଁ ପଦଯାତ୍ରା” ଆଜି ଜାଂଳାରୁ ବାହାରି ସାରୁଅ ପର୍ଯ୍ୟନ୍ତ ଯାଇଛି
ଶାସକ ଦଳର ପ୍ରଭାବ ପୋଲିସର ନିଷ୍କ୍ରିୟତା ପାଇଁ ନୟାଗଡଜିଲ୍ଲା ଯଦୁପୁର ଗାଁର ୫ ବର୍ଷୀୟ ଝିଅ ‘ପରୀ’ର ହୃଦୟ ବିଦାରକ ହତ୍ୟା ଘଟଣା ୫ ମାସ ବିତିଯାଇଥିଲେ ସୁଦ୍ଧା କୌଣସି ଅପରାଧିଙ୍କ ଟେର୍ ମିଳିଲା ନାହିଁ । ବିଧାନସଭା ଭିତରେ ଓ ବାହାରେ ପରୀ ସମେତ ରାଜ୍ୟର ନିଖୋଜ ୫୫୦୦ରୁ ଉର୍ଦ୍ଧ୍ୱ ଶିଶୁଙ୍କୁ ଖୋଜି ଉଦ୍ଧାର କରିବା ଓ କୋଳଶୂନ୍ୟ ହୋଇଥିବା ମା’ ମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ବିଜେପି ପ୍ରଥମରୁ ଦାବି କରିଆସୁଛି । ଏଭଳି ଏକସମ୍ବେଦନଶୀଳ ଘଟଣାରେ ବିଜେପିରାଜ୍ୟପାଳଙ୍କ ପାଖରେ ମଧ୍ୟ ଫେରାଦ ହେଲା । ରାଜ୍ୟସରକାର ଭୟଭୀତ ହୋଇ ବିଧାନସଭା ଗୃହକାର୍ଯ୍ୟକୁ ବନ୍ଦ କରିଦେଲେ । ରାଜ୍ୟସରକାର ଚଂଚକତା କରି ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଏସଆଇଟି ତଦନ୍ତର ଘୋଷଣା କଲେ । କିନ୍ତୁ ଗଠିତ ଏସଆଇଟିର ବୈଧତାକୁ ନେଇ ପ୍ରଶ୍ନ ଉଠିଛି । ଏସଆଇଟି ମୁଖ୍ୟ ଟଙ୍କା ଲାଂଚ ଯାଚି ତଦନ୍ତକୁ ପ୍ରଭାବିତ କରିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ପାଇଛି । ପରୀ ଘଟଣାକୁ ଚପାଇ ଦେବା ପାଇଁ ତଦନ୍ତ ଆଳରେ ଏସଆଇଟି ଯଦୁପୁରରେ କେବଳ ଡ୍ରାମା କରୁଛି ବୋଲି ଶ୍ରୀ ନାଏକ ଅଭିଯୋଗ କରିଛନ୍ତି ।
ପରୀ ଘଟଣାର ତଦନ୍ତ ପ୍ରକ୍ରିୟାକୁ ନେଇ ଏନସିପିସିଆର ପ୍ରଶ୍ନ ଉଠାଇଛି । ଏନସିଆରବି ରିପୋର୍ଟ ଅନୁଯାୟୀ ପ୍ରତିଦିନ ୨ଘଂଟାରେ ଓଡିଶାରେ ନିଖୋଜ ହେଉଛନ୍ତି । ପ୍ରତିଟି ଶିଶୁକୁ ଉଦ୍ଧାର କରିବା ପାଇଁ ରାଜ୍ୟସରକାର କ’ଣ ଏସଆଇଟି ଗଠନ କରିବେ କି ? ଯଦି ଏସଆଇଟି ନିଖୋଜ ଶିଶୁଙ୍କୁ ଖୋଜିବାର କାମ କରିବ ତେବେ ଓଡିଶାର ପୋଲିସ କ’ଣ କରୁଛି? ଲିପାପୋତା କାମ ଛାଡି ‘ପରୀ’ ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ସହ ଅଭିଯୁକ୍ତଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ରାଜ୍ୟ ମନ୍ତ୍ରୀମଣ୍ଡଳର ପ୍ରଭାବଶାଳୀ ମନ୍ତ୍ରୀ ଅରୁଣ ସାହୁଙ୍କୁ ତୁରନ୍ତ ବହିଷ୍କାର ପାଇଁ ଶ୍ରୀ ନାଏକ ଦାବି କରିଛନ୍ତି ।
ରାଜ୍ୟରେ କେବଳ ଜଣେ ପରୀ ନୁହେଁ ଏହି ପଦଯାତ୍ରା ୫୫୦୦ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ପାଇଁ ବାହାରିଛି । ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରିବା ସହ ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ । ପରୀସମେତ ରାଜ୍ୟର ସମସ୍ତ ନିଖୋଜ ଶିଶୁମାନଙ୍କୁ ନ୍ୟାୟ ନମିଳିବା ଯାଏଁ ଏହି ଲଢେଇ ଜାରି ରହିବ ବୋଲି ବିଜେପି ବିଧାୟକ ମୁକେଶ ମହାଲିଙ୍ଗଚେତାବନୀ ଦେଇଛନ୍ତି ।
ପରୀ ସମେତ ରାଜ୍ୟର ସମସ୍ତ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ଲାଗି ଆରମ୍ଭ ହୋଇଥିବା “ପରୀକୁ ନ୍ୟାୟ ପାଇଁ ପଦଯାତ୍ରା” ଦ୍ୱିତୀୟ ଦିନରେ ପହଂଚିଛି । ରବିବାର ଦିନ ପ୍ରଭୃ ଲିଙ୍ଗରାଜଙ୍କ ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଆଜି ଜାଂଳାରୁ ବାହାରି ସାରୁଅ ପର୍ଯ୍ୟନ୍ତ ଯାଇଛି । ଆସନ୍ତାକାଲି ୨୨ ତାରିଖରେ ସାରୁଅ ରୁବୋଲଗଡ (ପିଚୁକୁଳି), ୨୩ ତାରିଖରେବୋଲଗଡ (ପିଚୁକୁଳି)ରୁଇଟାମାଟିଏବଂ ୨୪ ତାରିଖରେଇଟାମାଟିରୁ ନୟାଗଡହୋଇ ଯଦୁପୁରଠାରେ ଯାତ୍ରାସମାପ୍ତ ହେବ।
ଦ୍ୱିତୀୟ ଦିନ ପଦଯାତ୍ରାରେଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବିଭୁପ୍ରସାଦ ତରାଇ, ରାଜ୍ୟସଂପାଦକ କାଳନ୍ଦୀସାମଲ, ରାଜ୍ୟମୁଖପାତ୍ରସୁଦୀପ୍ତ ରାୟ, ଡ.ଯତୀନ ମହାନ୍ତି, ଠାକୁରରଣଜିତ୍ ଦାସ, ସୋନାଲି ସାହୁ, ଯୁବମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟ, ଭୁବନେଶ୍ୱରଜିଲ୍ଲାସଭାପତିବାବୁସିଂ, ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମି ମହାପାତ୍ର, ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ଅଶୋକ ମିଶ୍ର, ବିଶ୍ୱରଂଜନ ବଡଜେନା, କାଳୁ ଖଣ୍ଡାୟତରାୟଙ୍କ ସମେତ ହଜାରହଜାରକାର୍ଯ୍ୟକର୍ତାସାମିଲହୋଇଥିଲେ । ଏହି ପଦଯାତ୍ରା ଅବସରରେ ପଦଯାତ୍ରୀଙ୍କୁବିଭିନ୍ନସ୍ଥାନରେ ଦଳୀୟକାର୍ଯ୍ୟକର୍ତାଙ୍କସମେତସଚେତନ ନାଗରିକ, ବୁଦ୍ଧିଜୀବୀ, ସାମାଜିକକର୍ମୀ, ଛାତ୍ରନେତା ତଥା ସମାଜରବିଭିନ୍ନକ୍ଷେତ୍ରରନେତୃତ୍ୱମାନେ ସ୍ୱାଗତ ଓ ସମ୍ବର୍ଦ୍ଧନାଜଣାଇଥିଲେ ।

(ବିଜେପିମିଡିଆସେଲ୍‌)